Spread the love

### ଅନୁଗୋଳରେ ୧୫ ଫୁଟ ଲମ୍ବର ବିଶାଳ ଅଜଗର ଉଦ୍ଧାର, ସୁରକ୍ଷିତ ଭାବେ ପ୍ରାକୃତିକ ଆବାସସ୍ଥଳୀରେ ମୁକ୍ତ

ଅନୁଗୋଳ, ନଭେମ୍ବର ୨୭: ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ଦିଗରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଆଉ ଏକ ସଫଳ ପଦକ୍ଷେପ ନିଆଯାଇଛି।

ଅନୁଗୋଳ ବନଖଣ୍ଡର ରାପିଡ୍ ରେସପନ୍ସ ଟିମ୍ (RRT) ଗୁରଙ୍ଗ ଗ୍ରାମର କରଡ଼ାବଣି ସାହିରୁ ୧୫ ଫୁଟ ଲମ୍ବର ଏକ ବିଶାଳ ଅଜଗର ସାପକୁ ସଫଳତାର ସହ ଉଦ୍ଧାର କରିଛି। ଉଦ୍ଧାର ପରେ ସାପଟିକୁ ସୁରକ୍ଷିତ ଭାବେ ତାହାର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।

ଏହି ସଫଳ ଉଦ୍ଧାର କାର୍ଯ୍ୟ ମାଧ୍ୟମରେ ବନ୍ୟଜନ୍ତୁଙ୍କ ସୁରକ୍ଷା ସହ ପରିବେଶର ସନ୍ତୁଳନ ରକ୍ଷା ଦିଗରେ ବନ ବିଭାଗର ନିରନ୍ତର ପ୍ରୟାସ ପ୍ରତିଫଳିତ ହୋଇଛି।

ଜୈବ ବିବିଧତାର ସୁରକ୍ଷା ଏବଂ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସୁନିଶ୍ଚିତ କରିବାରେ ଏଭଳି ଉଦ୍ଧାର କାର୍ଯ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ।

ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦିଅନ୍ତୁ, ପ୍ରକୃତିକୁ ସଂରକ୍ଷଣ କରନ୍ତୁ।

Leave a Reply

Your email address will not be published. Required fields are marked *