Spread the love

ଆରୋଗ୍ୟ ପ୍ରକଳ୍ପ ନାମରେ ଡେ଼ଙ୍ଗୁ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ଆରୋଗ୍ୟ ପ୍ରକଳ୍ପ ନାମରେ ଡେ଼ଙ୍ଗୁ ମ୍ୟାଲେରିଆ ନିରାକରଣ ନିମିତ୍ତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୌରାଞ୍ଚଳ କାରାଖେଣ୍ଡରା ଗ୍ରାମରେ “ଏ ଏମ ଏନ ଏସ୍ ” ଇଣ୍ଡିଆ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ଏହି ଅବସରରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ କାରାଖେଣ୍ଡରା, ବେଳକୁଣ୍ଡି, ଠାକୁରାଣୀ ଓ ସଡିଂ ଗ୍ରାମରେ ବୁଲି ବୁଲି କିପରି ଏହି ରୋଗ ଠାରୁ ଦୂରେଇ ରହିବେ ସେ ବିଷୟରେ ଲୋକଙ୍କୁ ସଚେତନ କରାଇବା ସହ ଅଞ୍ଚଳକୁ ସଫା ସୁତୁରା ରଖିବା ପାଇଁ ଗଛକଟା, କୀଟ ନାଶକ ଔଷଧ ସିଞ୍ଚନ ଓ ମାଶାମରା ଧୂଆଁ ଦିଆଯିବ ବୋଲି ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *

You missed