ଭୂବନେଶ୍ୱର, ୦୯/୦୧ : ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ପାଇଁ କରିବାପାଇଁ ବାଛିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଏପରି ହେବା ଦ୍ୱାରା ଓଡ଼ିଶାକୁ ସାରା ବିଶ୍ୱର ଲୋକ ଜାଣିଲେ । ଏଠିକାର ଆତିଥ୍ୟ କୁ ବୈଷୟିକ ସ୍ତରର ଅତିଥି ମାନେ ବହୁତ ପସନ୍ଦ କରିଛନ୍ତି ।
ଏଠିକାର ପରିବେଶ କୁ ପସନ୍ଦ କରିଛନ୍ତି । ଏହା ସହ ରାଜ୍ୟ ସରକାର ଙ୍କ ଆୟୋଜନ ବହୁତ ଉଚ୍ଚସ୍ତରୀୟ ହୋଇଛି ବୋଲି କହୁଛନ୍ତି । ଗୋଟେ ଆନ୍ତର୍ଜାତିକ ସ୍ତରର ଉତ୍ସବ ଆମ ରାଜ୍ୟ ପାଳନ କରି ପାରିଛି ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଧନ୍ୟବାଦ ଦେଉଛି । ଓଡ଼ିଶା ହେଉଛି ଶାନ୍ତିର ମାଟି ।କଳିଙ୍ଗ ଯୁଦ୍ଧ ର ପରିଚୟ ଶାନ୍ତି ପାଇଁ ଖ୍ୟାତି ଅର୍ଜିଛି । ତେଣୁ ଯୁଦ୍ଧ ନୁହେଁ ବୁଦ୍ଧ ର ଆହ୍ୱାନ ଦେଇ କି ଆମର ବହୁତ ପୁରୁଣା ଐତିହାସିକ ତଥ୍ୟ କୁ ଏବଂ ତାର ସମାଜରେ ମୂଳ ଚରିତ୍ର କଣ ଥିଲା ତାକୁ ଦର୍ଶାଇଛନ୍ତି । ଶାନ୍ତି ର ଚରିତ୍ର ହିଁ ଆମ ସମାଜରେ ଥିଲା । ତେଣୁ ଆମ ସମାଜର ଚରିତ୍ର କୁ ପ୍ରଧାନମନ୍ତ୍ରୀ ବିଶ୍ୱ ସ୍ତରରେ ଏବଂ ରାଜନୈତିକ ଓ କୁଟନୈତିକ ସ୍ତରରେ ରଖି ଆମ ଓଡ଼ିଶା ମର୍ୟ୍ୟାଦା ବଢ଼ାଇଛନ୍ତି । ବିଶ୍ୱର ଯୁବକ ମାନଙ୍କ ଦେଶ ହେଉଛି ଭାରତ । ଆଗମୀ ଦିନରେ ଯୁବକ କାନ୍ଧରେ ହିଁ ଭାରତ ର ନେତୃତ୍ୱ ଆଗକୁ ବଢିବ ।
