Spread the love

ଭୂବନେଶ୍ୱର, ୧୮/୧୧ : ସମ୍ବଲପୂର ପୋଲିସକୁ ପୁଣି ମିଳିଛି ବଡ ସଫଳତା। ପଶ୍ଚିମବଙ୍ଗ ରାଜ୍ୟରୁ ବେଆଇନ ଭାବରେ କଫସିରଫ ଆଣି ସଦର ଥାନା ଅନ୍ତର୍ଗତ ଏକ ପୁରୁଣା ବରଫ କାରଖାନା ନିକଟରେ କଫସିରଫ କୁ ଭାଗବଣ୍ଟା କରିବା ବେଳେ ସଦର ପୋଲିସ ମାଡି ବସି ୨୦ ଜଣ ବେଆଇନ କଫସିରଫ କାରବାର କରୁଥିବା ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ ଏହି ଘଟଣାରେ ଏକ କାର,୨ ଗୋଟି ସ୍କୁଟି ଓ ଗୋଟିଏ ବାଇକ୍ କୁ ଜବତ କରାଯାଇଛି।

ଏଥିସହ ପୋଲିସ ଅଭିଯୁକ୍ତଙ୍କ ଠାରୁ ସଦର ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇ ୨୦ ଗୋଟି ପେଟିର ଥିବା ୨୨୦୦ବୋତଲ ବେଆଇନ କଫସିରଫ କୁ ଜବତ କରାଯାଇଛି। ତେବେ ଗିରଫ ୨୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୦ ଜଣଙ୍କ ନାମରେ ବିଭିନ୍ନ ଥାନାରେ ପୁର୍ବରୁ ଅପରାଧିକ ମାମଲା ରୁଜୁ ଥିବା ନେଇ ଅତିରିକ୍ତ ଏସପି ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *