Spread the love

* *କମଗାଁ ସରକାରୀ ହାଇସ୍କୁଲରେ ନୂତନ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା*
ବରଗଡ:୧୦/୧୦(ପବିତ୍ର ମେହେର):ଲେଭେଲ୍ -୫(ବି) ରୁ ଲେଭେଲ୍ -୪ କୁ ପଦୋନ୍ନତି ପାଇ ଶିକ୍ଷୟିତ୍ରୀ ଅଞ୍ଜନା ଖମାରୀ ଭଟଲି ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ହାଇସ୍କୁଲ କମଗାଁରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଭଟଲି ବ୍ଲକ ଅଧୀନସ୍ଥ କର୍ଲାଯୋରୀ ଅନ୍ତପାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି।ଏହି ଅବସରରେ କମଗାଁ ହାଇସ୍କୁଲ ପକ୍ଷରୁ ଆୟୋଜିତ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶ୍ରୀମତି ଖମାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ପ୍ରଧାନଙ୍କ ସହ ବରିଷ୍ଠ ଶିକ୍ଷକ ଯଜ୍ଞବ୍ରତ କର,ହେମନ୍ତ ମେହେର,ଶିକ୍ଷୟିତ୍ରୀ ଆରତୀ ପ୍ରଧାନ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବାଗତ କରିଥିଲେ।ପଦୋନ୍ନତି ପାଇଥିବା ଶିକ୍ଷୟିତ୍ରୀ ଶ୍ରୀମତି ଖମାରୀ ଶିକ୍ଷା ବିଭାଗକୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହ ନିଷ୍ଠାର ସହିତ ନିଜ ଦାୟିତ୍ୱକୁ ତୁଲାଇ ଶିକ୍ଷାଦାନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବେ ବୋଲି ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *