Spread the love

ବ୍ରହ୍ମପୁର, ୧୪/୧୧ : ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ବ୍ରହ୍ମପୁର ମହାନଗର ଅନ୍ତର୍ଗତ ୨୧ ନଂ ୱାର୍ଡ଼ର ମୁକ୍ତେଶ୍ଵର ମନ୍ଦିର ସମ୍ମୁଖରେ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ବରିଷ୍ଠ ମହିଳା ନେତ୍ରୀ ଶ୍ରୀମତୀ ଏସ୍ ରାଣୀ ଙ୍କ ତତ୍ତ୍ୱାବଧାନରେ ଏକ “ଔଷଧୀୟ ଚାରା ବଣ୍ଟନ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଥିଲା । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ରାଜ୍ୟ ପ୍ରବକ୍ତା ଟି ଗୋପି, ଆସିକା, ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟିତ୍ଵରେ ଥିବା ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ଏହି ଔଷଧୀୟ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ “ଏକ ହଜାରରୁ ଉର୍ଦ୍ଧ ଔଷଧୀୟ ଚାରା ବଣ୍ଟନ” କରାଯାଇଥିଲା । ପବିତ୍ର କାର୍ତ୍ତିକ ମାସ ଉପଲକ୍ଷେ ସାତଶହରୁ ଉର୍ଦ୍ଧ ଅଁଳା ଚାରା ସମେତ ତିନିଶହରୁ ଉର୍ଦ୍ଧ ବିଭିନ୍ନ ଔଷଧୀୟ ଗଛର ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଳର ଓବିସି ମୋର୍ଚ୍ଚା ନେତା ତଥା ଆଇନଜୀବୀ ମଦନ ମୋହନ ପାତ୍ର,ଏସ୍ ଶ୍ରୀନିବାସ,ବିନୋଦ ସିଂ,ପ୍ରଦୀପ ସାହୁ,ଧନୁ ପାଣିଗ୍ରାହୀ,ପ୍ରଫୁଲ୍ଲ ଚନ୍ଦ୍ର ବେହେରା,ନାରାୟଣ ସାହୁ,ଶିପ୍ରା ଶାହା,କୁନି ଦାସ,ଅଞ୍ଜନା ଶାହା,କେ ଅନୁରାଧା,ଜେ ମହାଲକ୍ଷ୍ମୀ,ଭି ପୁଷ୍ପଲତା,ସାଳିନୀ ସୁଶିଳା ପ୍ରମୁଖଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

*ସୁନିଲ କୁମାର ସାହୁ*

Leave a Reply

Your email address will not be published. Required fields are marked *