Spread the love

କାର୍ତ୍ତିକ ମାସରେ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଆକାଶ ଦୀପ ଉଠା ନୀତି ପାଳିତ

ଢେଙ୍କାନାଳ: ପବିତ୍ର କାର୍ତ୍ତିକ ମାସ ଅବସରରେ ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ପ୍ରସିଦ୍ଧ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପାଳିତ ହେଉଛି ପାରମ୍ପରିକ ଆକାଶ ଦୀପ ଉଠା ନୀତି। ମହାକାର୍ତ୍ତିକ ବ୍ରତର ବିଭିନ୍ନ ନୀତିକାନ୍ତି ସହ ପ୍ରତ୍ୟେକ ସନ୍ଧ୍ୟାରେ ଆଳତି ପରେ ମନ୍ଦିର ଉପରକୁ ଆକାଶ ଦୀପ ଉଠାଯାଉଛି।

ଏହି ପବିତ୍ର ନୀତି ଏକ ମାସ ଧରି ଚାଲୁ ରହିବା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହାର ଉଦଯାପନ ହେବ। ଏହି ଅବସରରେ ପୂଜକ ମନସୁମନ୍ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କହାଳିଆ ଟିକନ୍ ବେହେରା ଏବଂ ମନ୍ଦିରର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ନୀତି ସମ୍ପନ୍ନ ହେଉଛି।

ସନ୍ଧ୍ୟା ସମୟରେ ଆକାଶ ଦୀପ ଦର୍ଶନ କରିବା ସହ ପ୍ରଭୁଙ୍କ ଆଶୀର୍ବାଦ ଲାଭ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଘଣ୍ଟ, ଘଣ୍ଟା ଓ ଭକ୍ତିମୟ ପରିବେଶ ମଧ୍ୟରେ ଏହି ପାରମ୍ପରିକ ନୀତି ମନ୍ଦିର ପରିସରକୁ ଆଧ୍ୟାତ୍ମିକ ଭାବଧାରାରେ ଭରିଦେଉଛି।

କାର୍ତ୍ତିକ ମାସର ଏହି ପବିତ୍ର ପରମ୍ପରା ଭକ୍ତି, ଆସ୍ଥା ଓ ଧାର୍ମିକ ଚେତନାର ଏକ ସୁନ୍ଦର ପ୍ରତୀକ ହୋଇ ରହିଛି।

Leave a Reply

Your email address will not be published. Required fields are marked *