କୁଞ୍ଜକାନ୍ତସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ତୃତୀୟ ଦିବସରେ ଚନ୍ଦ୍ରଘଣ୍ଟା ଦେବୀ ବେଶରେ ଦର୍ଶନ ଦେଲେ ମା’
ଢେଙ୍କାନାଳ: ଢେଙ୍କାନାଳର କୁଞ୍ଜକାନ୍ତସ୍ଥିତ ମା’ ବନଦୁର୍ଗାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ମହାସମାରୋହରେ ପାଳିତ ହେଉଛି। ନବରାତ୍ର ପୂଜାର ତୃତୀୟ ଦିବସରେ ମା’ ବନଦୁର୍ଗା ଚନ୍ଦ୍ରଘଣ୍ଟା ଦେବୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।
ପ୍ରତିଦିନ ମା’ଙ୍କ ପୀଠରେ ବିଧିବିଧାନ ଅନୁଯାୟୀ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ସହ ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ଏଥିସହ ଚଣ୍ଡୀପାଠ ଓ ସପ୍ତଚଣ୍ଡୀ ଯଜ୍ଞରେ ଆହୁତି ପ୍ରଦାନ କରାଯାଉଛି।
ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କ ଆଳତି ଅନୁଷ୍ଠିତ ହେଉଥିବାବେଳେ ବିଭିନ୍ନ ପ୍ରକାରର ଭୋଗ ମା’ଙ୍କ ନିକଟରେ ଲାଗି କରାଯାଉଛି। ନବରାତ୍ର ପୂଜାକୁ ନେଇ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରୁଛନ୍ତି।
