Spread the love

କୁଞ୍ଜକାନ୍ତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ କାର୍ତିକ ବ୍ରତ ଉଦ୍‌ଯାପିତ

ଢେଙ୍କାନାଳ, ୨୪/୧୧: ଧର୍ମମାସ କାର୍ତିକ ମାସର ଶେଷଦିନ ପୂର୍ଣ୍ଣିମା ଅବସରରେ ମାସଧରୀ ବ୍ରତ ରଖିଥୁବା ବ୍ରତଧାରୀମାନେ ମହାଆଡମ୍ବରେ ପୂଜାକୁ ଉଦ୍‌ଯାପନ କରିଛନ୍ତି । ଏହି ପୂଜାରେ ମନ ଓ ଶରୀର ଚଳଚଂଚଳ ହୋଇ ଉଠେ । ଶରୀରର ଯେତେ କଷ୍ଟ ଓ ଯନ୍ତ୍ରଣା ହେଲ ମଧ୍ୟ କିଛି ଫରକ୍ ପଡେନି । ମାସର ପ୍ରତିଦିନ ରାଧାଦାମୋଦର ପୂଜା ହୋଇଥାଏ ଓ କପୋତ କପୋତୀଙ୍କୁ ପୂଜା କରାଯାଇଥାଏ । ପଂଟୁକରେ ୫ଦିନ ଧରି ବଗବଗୁଲୀ ଓ ଲକ୍ଷ୍ମୀନାରାୟଣ ପୂଜା ପାଇଥାନ୍ତି । ବଗବଗୁଲିଙ୍କୁ ଫଳ ଦେଇ ଉଡାଇ ଦିଆଯାଇଥାଏ । କାରଣ ସେମାନେ ଫଟୁକରେ ଆମିଷ ଛାଡି ଦେଇଥାନ୍ତି । କଥାରେ ଅଛି ଆମିଷ ଓ ପିଆଜ ରସୁଣ ଛାଡିଲେ ଧର୍ମ ହୁଏ, କିନ୍ତୁ ପ୍ରକୃତରେ ଆମିଷ ବଡକଥା ନୁହେଁ ମଣିଷ ଯଦି ମନ ମଧ୍ଯରୁ ହିଂସା, କ୍ରୋଧ, ଅନ୍ୟର ନିନ୍ଦା କରିବା ପରିବର୍ତେ ସହିଷ୍ଣୁତା, ଦୟା, କ୍ଷମା, ଅନ୍ୟର ଉପକାର କରିବା ଇତ୍ୟାଦି ଗୁଣ ଥାଏ ତାହାଲେ ଧର୍ମ ଅଧିକ ହୁଏ । କୁଞ୍ଜକାନ୍ତ ଅଚଂଳର ୩୦ /୪୦ ମହିଳା ରାମ ମନ୍ଦିର ପ୍ରାଙ୍ଗଣରେ ଏହି ମହାନ ପବିତ୍ର ମାସର କାର୍ତିକ ବ୍ରତ ପାଳନ କରିଥାନ୍ତି । ଏହା ୪୦/୫୦ ବର୍ଷର ପୁରୁଣା ଅନୁଷ୍ଠାନ । ଏବେ ନୂଆ ନୂଆ ଭକ୍ତ ଆସି ଏଠି ଯୋଗଦେଉଛନ୍ତି । ଏହି ରାମ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ସଂଧ୍ୟାରେ ଭଜନ, କୀର୍ତନ ଓ ପାରାୟଣ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥାଏ ଓ ଗୋଟିଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଯେତେ ଦୁଃଖ ଥିଲେ ସବୁ ଭୁଲି ହୋଇଯାଏ । ଆଜି ରାତି ୩ଟା ରୁ ସମସ୍ତେ ଉପସ୍ଥିତ ହୋଇ ଆକା ମା ବୈ ଗୁଆପାନ ଥୋଇ, ଗୁଆପାନ ତୋର, ମାସକ ଧର୍ମ ମୋର କହି ଡଙ୍ଗା ଭସାଇ ଥାଆନ୍ତି । ତା’ପରେ ପୂଜା ଆରମ୍ଭ ହୋଇଥାଏ । ରାଇବାମୋଦର ପୂଜା ଓ ଲକ୍ଷ୍ମୀନାରାୟଣଙ୍କ ଉଦ୍ଦେଶ୍ୟରେ ହେଉଥୁବା ପୂଜା ଶେଷରେ ପାଣିରେ ବିସର୍ଜନ କରାଯାଇଥାଏ । ସଂଧ୍ୟାବେଳେ ପୂର୍ଣମୀ ଥିବାରୁ ଆକାଶଦୀପ ରାମନ୍ଦିର ପରିଷଦର ସଭ୍ୟା ଓ ବହୁ ମହିଳା ଉପସ୍ଥିତ ରହି ମା’ବୃନ୍ଦାବତୀ, ଦଶ ଦିଗପାଳ ଓ ପିତୃ ଦେବତାଙ୍କ ଉଦ୍ଦେଶ୍ୟରେ ଆକାଶଦୀପ ଉଠାଇଥାନ୍ତି । ଦେଶର ସୁଖ, ସମୃଦ୍ଧି, ସୁସ୍ଥ ଜୀବନଯାପନ କରିବା ଉଦ୍ଦେଶ୍ୟରେ ଏହି ଆକାଶଦୀପ ଉଠାଯାଇଥାଏ । ଉପସ୍ଥିତ ମହିଳାମାନଙ୍କ ମଧ୍ୟରୁ ସ୍ନିଗ୍ଧାରାଣୀ ନନ୍ଦ, ଜ୍ୟୋତିର୍ମୟୀ ପଣ୍ଡା, ନିରୂପମା ମିଶ୍ର, ବିନୋଦିନୀ ପାଣି, ଭବାନୀ କୁମାରୀ ହୋତା, ମମତା ମହାପାତ୍ର, ଝରଣା ପାଣିଗ୍ରାହୀ, ସସ୍ମିତା ଦାଶ, ସସ୍ମିତା ପଟ୍ଟନାୟକ, ରଶ୍ମିତା ପାତ୍ର, ସୁଲୋଚନା ବେହେରା, ସୁବିସିନୀ ରାଉତ, ଜ୍ୟୋତିର୍ମୟୀ ଷଡଙ୍ଗୀ, ସରୂପାରାଣୀ ନନ୍ଦ, ପ୍ରତିମା ବେହେରା, ଶୈଳବାଳା ସାହୁ, ବିଜୟାଲକ୍ଷ୍ମୀ ବିଶ୍ୱାଳ, କଳ୍ପନା ମିଶ୍ର, ପାର୍ବତୀ ସାହୁ, ପ୍ରଭାତୀ ମହାପାତ୍ର, ଦମୟନ୍ତୀ ନାଥ, କାଂଚନ ଲେଙ୍କା ଓ ପ୍ରଣତୀ ପଟ୍ଟନାୟକ ତତା ବହୁତ ମହିଳା ଉପସ୍ଥିତ ରହି ଏହି ଅନୁଷ୍ଠାନର ସମସ୍ତ କାର୍ଯ୍ୟକ୍ରମ ନିଜ ବ୍ୟୟବହୁଳ ସମୟ ମଧ୍ୟରୁ ସମୟ ବାହାର କରି ଯୋଗଦାନ ଦେଇ ଏହି କାର୍ଯ୍ୟକୁ ସଫଳ କରିଛନ୍ତି । ତେଣୁ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦିଆଯାଇଛି ।

Leave a Reply

Your email address will not be published. Required fields are marked *