କେନ୍ଦୁଝର ଜିଲ୍ଲାରେ ଘରୋଇ କଳହର କରୁଣ ପରିଣତି ସାମାନ୍ୟ ବଚସାରୁ ଚାଲିଗଲା ଜୀବନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବାମେବାରୀ ଥାନା ଅନ୍ତର୍ଗତରେ ସାମାନ୍ୟ କଥା କଟାକଟି କୁ ନେଇ ହତ୍ୟାକାଣ୍ଡ । କେନ୍ଦୁଝର ଜିଲ୍ଲା ବାମେବରୀ ଥାନା ଅନ୍ତର୍ଗତ ବେଲଦା ଉପର ସାହିରେ ଘରୋଇ କଳିରୁ ଦୁଇ ଜଣକ ମଧ୍ୟରେ ସାମାନ୍ୟ କଥା କଟା କଟି କୁ ନେଇ ହତ୍ୟା କାଣ୍ଡ ଘଟିଥିବା ନେଇ ସୂଚନା। ସୂଚନା ଅନୁଯାୟୀ ବେଲଦା ଉପର ସାହିରେ ମୋଟୁ ମୁଣ୍ଡା ଓ ସୁରଜ ମୁଣ୍ଡା ମଧ୍ୟରେ ଘରୋଇ କଳିରୁ କଥା କଟାକଟି ହୋଇ ମୋଟୁ ମୁଣ୍ଡା ଏକ କଟୁରୀ ସାହାଯ୍ୟରେ ସୁରଜ୍ କୁ ଆକ୍ରମଣ କରିଥିଲା। କଟୁରୀ ଚୋଟରେ ସୂରଜ ମୁଣ୍ଡାର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ନେଇ ସୂଚନା। ମୋଟୁ ଓ ସୁରଜ ମଧ୍ୟରେ କଥା କଟାକଟି ଯୋଗୁ ମୋଟୁ ଉତ୍ୟକ୍ତ ହୋଇ ଏକ କଟୁରୀ ରେ ସୁରଜକୁ ଆକ୍ରମଣ କରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋଟୁ ମୁଣ୍ଡାକୁ ଗିରଫ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
