ଗିଡିପାବାଲିଠାରେ ପ୍ରଶାସନର ସମନ୍ୱିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି
ବର୍ଷା ଆରମ୍ଭ ହେବା ପରେ ସତର୍କ ପ୍ରଶାସନ, ସ୍ଥାନାନ୍ତରଣ ସହ ଖାଦ୍ୟ ଓ ପାନୀୟଜଳ ବ୍ୟବସ୍ଥା
ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବଂ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍ ଓ ସ୍ଥାନାନ୍ତରଣ କାର୍ଯ୍ୟକୁ ଜୋରଦାର କରାଯାଇଛି। ବିଶେଷକରି ଗିଡିପାବାଲିଠାରେ ବିଭିନ୍ନ ବିଭାଗର ସମନ୍ୱୟରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି।
ଜିଲ୍ଲାର ବିଭିନ୍ନ ସ୍ଥାନରେ ଇତିମଧ୍ୟରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ କରାଯାଇଥିବା ପ୍ରସ୍ତୁତି ଓ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।
ସ୍ଥାନାନ୍ତରିତ ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ପାନୀୟଜଳ ଓ ଖାଦ୍ୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି। ଯେପରି କୌଣସି ଲୋକ ଖାଦ୍ୟ ଓ ପାନୀୟଜଳ ଅଭାବରେ ଅସୁବିଧାରେ ନ ପଡ଼ନ୍ତି, ସେଥିପ୍ରତି ପ୍ରଶାସନ ଯତ୍ନବାନ ରହିଛି।
ପାଣିପାଗର ପରିବର୍ତ୍ତିତ ସ୍ଥିତି ଉପରେ ନଜର ରଖିବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ସମନ୍ୱିତ ଢଙ୍ଗରେ ଜାରି ରଖାଯାଇଛି। ଜନସାଧାରଣଙ୍କୁ ଆତଙ୍କିତ ନ ହୋଇ ପ୍ରଶାସନର ନିର୍ଦ୍ଦେଶ ଓ ସୁରକ୍ଷା ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।
