Spread the love

ଗୋଲାମୁଣ୍ଡା ବ୍ଲକ ଜନ ସମ୍ପର୍କ ସାମ୍ୱାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଘୋଟିଆ ସମର୍ଥ ଦୃଷ୍ଟି ହିନ ସଙ୍ଘ ଗୃହରେ ପାଳିତ ,
ଗୋଲାମୁଣ୍ଡା/୧୬/୧୧/୨୬/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଜନ ସମ୍ପର୍କ ସାମ୍ୱାଦିକ ସଂଘ ପକ୍ଷରୁ ଆଜି ଜାତୀୟ ପ୍ରେସ ଦିବସ ଘୋଟିଆ ସମର୍ଥ ଦୃଷ୍ଟି ହିନ ସଙ୍ଘ ଗୃହରେ ପାଳିତ ହୋଇ ଥିଲା, ଏହି ଅବସରରେ ଜନ ସମ୍ପର୍କ ସାମ୍ୱାଦିକ ସଂଘ ସଭାପତି ରାମ କୁମାର ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ହୋଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା (OUWJ) ସଂପାଦକ ମନୋଜ କୁମାର ନାଇକ, ସମ୍ମାନୀତ ଅତିଥି ଦୈନିକ ଆଶା ଜିଲ୍ଲା ପ୍ରତିନିଧି କୁଞ୍ଜ ସାହୁ, ସମ୍ମାନିତ ଅତିଥି ଅର୍ଗସ ଜିଲ୍ଲା ପ୍ରତିନିଧି ଭାରତ ବିଶି, ଅମୃତ ଦୁନିଆ ଜିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା, ପ୍ରଭାତ ଓଡ଼ଶା ଜିଲ୍ଲା ପ୍ରତିନିଧି ବିଷ୍ଣୁ ପ୍ରସାଦ ସ୍ୱାଇଁ, ମନ୍ଥନ ରୁ ରବି ସିଂ, ଡାକ୍ତର ନିମାଇଁ ମହାନ୍ତି,ଖଳିଆକାନି ପଞ୍ଚାୟତ ସରପଞ୍ଚ ପ୍ରତିନିଧି ମୂଷିକ ମଙ୍ଗରାଜ, ଖଲିଆ ପାଳି ପୁର୍ବତନ ସରପଞ୍ଚ ଯଶୋବନ୍ତ ଚଲାନ, ଖଲିଆ ପାଳି ଆଗାମି ଦିନର ସରପଞ୍ଚ ପ୍ରାର୍ଥୀ ମତିଲାଲ ଚଲାନ, ମୁଖ୍ୟ ବକ୍ତା ଭାବେ ଉତ୍କଳ ସମାଜ ପ୍ରତିନିଧି ପ୍ରମୋଦ କୁମାର ପଣ୍ତା, ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜୁନାଗଡ଼ ଦୈନିକ ଆଶା ପ୍ରତିନିଧୀ ଶରତ ସାହୁ,ସମର୍ଥ ଦୃଷ୍ଟି ହିନ ସଙ୍ଘ ଜଣେ ଭଉଣି ଟେଭାଶ୍ରି ମାଝୀ, ପ୍ରମୁଖ ଯୋଗ ଦେଇଥିଲେ, ଏହା ପରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ଦୀପ ପୁଷ୍ପ ଧୂପ ପ୍ରଦାନ କରି ଥିଲେ, ମଞ୍ଚରେ ଆସନ ଅଳଙ୍କୃତ କରି ଥିବା ଅଥିତି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ ଏହି ପରିକି ସମର୍ଥ ଦୃଷ୍ଟି ହିନ ସଙ୍ଘର ଭଉଣି କୁ ମଧ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଆଜିର ପ୍ରେସ ଦିବସ ପାଳନ ଅବସରରେ ସଭାପତି ରାମ କୁମାର ସେନାପତି ନିଜର ବକ୍ତବ୍ୟ ରେ ସମସ୍ତ ଅତିଥି ମାନଙ୍କୁ ସମ୍ମାନୀତ ଜଣାଇ ଆଜିର ପ୍ରେସ ଦିବସ ପାଳନ ଉପରେ ଆଲୋକ ପାତ କରି ଥିଲେ, ଏହି ଅବସରରେ ସମସ୍ତ ଅତିଥି ମାନେ ଗୋଲାମୁଣ୍ଡା ବ୍ଲକରେ ଜାତୀୟ ପ୍ରେସ ଦିବସ ପାଳନ କରି ଥିବାରୁ ସଙ୍ଘକୁ ଧନ୍ୟଵାଦ ଜ୍ଞାପନ ଜଣାଇ ଥିଲେ,ବହୁତ୍ ସୁନ୍ଦର୍ ଭାବରେ କୁନି କୁନି ଝିଅ ମାନେ ଗୀତ ଗାଇଥିଲେ ଓ ସୁନ୍ଦର୍ ଭାବରେ ଡେନ୍ସ କରିଥିଲେ । ତାଙ୍କ ଗୀତ ଶୁଣି ଓ ନାଚ ଦେଖି OUWJ ସମ୍ପାଦକ ୫୦୦ ଟଙ୍କା ପୁରସ୍କୃତ କରିଥିଲେ ।ଏହି ଅବସରରେ ମୁଖ୍ୟ ବକ୍ତା ପ୍ରମୋଦ କୁମାର ପଣ୍ତା ଆଜିର ମହାନ ଜାତୀୟ ପ୍ରେସ ଦିବସରେ ଜନ ସମ୍ପର୍କ ସାମ୍ୱାଦିକ ସଂଘର ଉପ ସଭାପତି ପୀତାମ୍ବର ବେହେରା, ସାଧାରଣ ସମ୍ପାଦକ ସରୋଜ କୁମାର ମୁଣ୍ଡ, ସହ ସମ୍ପାଦକ କପୁର ଚନ ସେଠିଆ, କୋଷାଧକ୍ଷ ଡମ୍ବରୁ ଧର ଜାଲ, କୁନା ନାଇକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଏବଂ ସଭା ସାଙ୍ଗ କରିଥିଲେ।
ଶକ୍ତି ଟିଭି ପକ୍ଷରୁ ପଶ୍ଚିମ ଓଡ଼ିଶାର ବିୟୁର ଚିପ୍ ରାମ କୁମାର ସେନାପତିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *

You missed