Spread the love

ଘନଶ୍ୟାମ ଦାସ ଓ ବୀଣାପାଣି ଦାସଙ୍କ ସମ୍ମାନାର୍ଥେ ନିବିଡ଼ ନିନାଦ ଅଭିନନ୍ଦନିକା ର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ସାଇ ମଣ୍ଡପ ଠାରେ ଆଜି ଆନନ୍ଦପୁର କେନ୍ଦୁଝର ଠାରେ ଥିବା ପ୍ରତିଭା ପ୍ରଣାମ ମଞ ପକ୍ଷରୁ ସମାଜସେବୀ ତଥା ଅବସରପ୍ରାପ୍ତ ଜାତୀୟ ରାଜପଥ ଓ ପ୍ରକଳ୍ପ ର ବିଭାଗୀୟ ଅଧିକାରୀ ଘନଶ୍ୟାମ ଦାସ ଓ ଲେଖିକା ତଥା ମହନ୍ତ ମାୟାଧର ଉପ୍ରା ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ଦାସଙ୍କ ସମ୍ମାନାର୍ଥେ ନିବିଡ଼ ନିନାଦ ପୁସ୍ତକର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରନ୍ତାକର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଚିତ୍ରଶିଳ୍ପୀ,ସିନେ ଅଭିନେତା ଓ କବି ଡ ଚିନ୍ତାମଣି ବିଶ୍ଵାଳ, ମୁଖ୍ୟ ବକ୍ତା ଭାବେ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ତଥା ସମାଜସେବୀ ପଦ୍ମାକର ଗୁରୁ, ସମ୍ମାନିତ ଅତିଥି ଭାବେ ସିନେ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ, ପ୍ରାଧ୍ୟାପକ ଅଜୟ କୁମାର ଓଝା , ବରିଷ୍ଠ ନାଗରିକ ମଞ, ସିଂହପୁର ର ସଂପାଦକ ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକତାର ଥିଲେ। ଶ୍କୋକ ପାଠ କରିଥିଲେ ନାରାୟଣ ଚନ୍ଦ୍ର ଦାସ। ଧନ୍ୟବାଦ୍ ଅର୍ପଣ କରିଥିଲେ ଭରତ ଚନ୍ଦ୍ର ନାୟକ। ସହଯୋଗ କରିଥିଲ ସୈଭାଗ୍ୟ ରଞ୍ଜନ ଦାସ,ଅନୁରାଗ ଦାସ,ଶୁଭ୍ରାଶ୍ରୀ ଦାସ , ‌ ଡ଼ ସରଶ୍ରୀ ଦାସ

Leave a Reply

Your email address will not be published. Required fields are marked *