Spread the love

ଘାଟିକିଆରେ ‘ବଜରଙ୍ଗୀ ଖେଳପଡ଼ିଆ’ ଉଦଘାଟିତ: ଯୁବପିଢ଼ିଙ୍କ କ୍ରୀଡ଼ା ବିକାଶ ପାଇଁ ନୂତନ ପଦକ୍ଷେପ
​ଭୁବନେଶ୍ୱର (ଆମ ପ୍ରତିନିଧି):
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଘାଟିକିଆ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ‘ବଜରଙ୍ଗୀ ଖେଳପଡ଼ିଆ’କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି।
​ବୈଦିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଫଳକ ଉନ୍ମୋଚନ କରି ପଡ଼ିଆର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ସମଗ୍ର ଖେଳପଡ଼ିଆ ବୁଲି ଦେଖିବା ସହ ସେଠାରେ ଉପସ୍ଥିତ ଯୁବ ଫୁଟବଲ ଖେଳାଳିମାନଙ୍କ ସହିତ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ। ଫୁଟବଲ୍ ସହ ଏଠାରେ ବାସ୍କେଟବଲ୍ ଓ ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ସ୍ଥାନୀୟ ଯୁବପ୍ରତିଭାମାନଙ୍କ ବିକାଶ ଦିଗରେ ଏହି ପଡ଼ିଆ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *