Spread the love

ଛାତ୍ର ସଂସଦ ନିର୍ବାଚନ: କଲେଜରେ ନାମାଙ୍କନ ଦାଖଲ ଜାରି, କାଲି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜରେ ଚଳଚଞ୍ଚଳତା ବଢ଼ିଛି। ନିର୍ବାଚନରେ ଭାଗ ନେବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନେ ନିଜ ନିଜ କଲେଜରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ନାମାଙ୍କନ ଦାଖଲ, ପ୍ରାର୍ଥିପତ୍ର ଯାଞ୍ଚ ଏବଂ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ।

କାର୍ଯ୍ୟସୂଚୀ ଅନୁସାରେ, ଆଜି ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ଏହାପରେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସନ୍ଧ୍ୟା ୫ଟା ସୁଦ୍ଧା ବୈଧ ନାମାଙ୍କନପତ୍ର ତାଲିକା ପ୍ରକାଶ ପାଇବ।

ଅନ୍ୟପକ୍ଷରେ, ଆସନ୍ତାକାଲି ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଏହାପରେ ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜଗୁଡ଼ିକରେ ଛାତ୍ର ରାଜନୀତି ସରଗରମ ହୋଇଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ନିର୍ବାଚନୀ ଚିତ୍ର ଅଧିକ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *