Spread the love

*ଜିଲ୍ଲାସ୍ତରୀୟ ଜନ ଜାତୀୟ ଗୈରବ ଦିବସ ଓ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

* ଅନୁଗୋଳ:୧୫/୧୧: ଅନୁଗୋଳ ଜିଲ୍ଲା ସଦର ମହକୁମା ଠାରେ ଗତ ରବିବାର ଦିନ ଓଡ଼ିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ଵୟ ପରିଷଦ ପକ୍ଷରୁ ଜିଲ୍ଲା ଶାଖା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଜନଜାତିୟ ଦିବସ ଗୈରବ ଦିବସ ଓ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଗୋଳ ସଂଯୁକ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ସଭାପତି ଶ୍ରୀଯୁକ୍ତ ଲଳିତ ମୋହନ ବେହେରା ଙ୍କ ସଭା ପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବେ ଅନୁଗୋଳ ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ର ମୂଖ୍ୟ ଡଃ ସୁରେଶ ଚନ୍ଦ୍ର ରାଜହଂସ, ମୂଖ୍ୟ ବକ୍ତା ଭାବେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅନୁଗୋଳର ସହକାରୀ ପ୍ରାଧ୍ୟାପକ ଶ୍ରୀ ବନମାଳୀ ବାଗ , ସମ୍ମାନିତ ଅତିଥି ଭାବେ ନାଲକୋ ଏସ.ସି.ଏସ.ଟି. କର୍ମଚାରୀ କଲ୍ୟାଣ ସଂଘ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ କେଦାରନାଥ ଦେହୁରୀ ଓ ବରଂପାଳ ଏ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗୋପାଳ ଚନ୍ଦ୍ର ନାଏକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ ଜୀବନୀ ଓ ସଫଳତାର କାହାଣୀ ଉପରେ ଆଲୋକପାତ କରିଥିଲେ। ଏହି ଶୁଭ ଅବସର ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ପାଞ୍ଚ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ସାଧାରଣ ସମ୍ପାଦକ ଶ୍ରୀ ବିଲେ ଶ୍ବର ନାଏକ ମଞ୍ଚ ସଂଚାଳନ କରିଥିବା ବେଳେ ସଂଗଠନ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦ ର ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ମେହେର, ଶ୍ରୀ ଧନଞ୍ଜୟ ପ୍ରଧାନ, ରଂଜନ କୁମାର ବିଶ୍ବାଳ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

You missed