Spread the love

ଜିଲ୍ଲା ସ୍ତରୀୟ ଘରୋଇ ହିଂସା ପ୍ରତିରୋଧ ପ୍ରଶିକ୍ଷଣ କର୍ମଶାଳା

ଭବାନୀପାଟଣା : ତା ୨୪ .୧୦ .୨୦୨୫ – ଘରୋଇ ହିଂସା ପ୍ରତିରୋଧ ଓ ପୀଡିତାଙ୍କ ସୁରକ୍ଷା ସମ୍ପର୍କରେ ସଚେତନ ବୃଦ୍ଧି ପାଇଁ ଆଜି ଜିଲ୍ଲା ସମାଜ କଳ୍ୟାଣ କାର୍ଯ୍ୟାଳୟ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଭବାନୀପାଟଣା ସ୍ଥିତ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗଙ୍କ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣରେ ଘରୋଇ ହିଂସା (ନିବାରଣ) ଅଧିନିୟମ, ୨୦୦୫, ପୀଡିତାଙ୍କ ପାଇଁ ଉପଲବ୍ଧ ସହାୟତା ସେବା, ପରାମର୍ଶ ପ୍ରକ୍ରିୟା ଏବଂ ସମ୍ପର୍କିତ ବିଭାଗ ସହ ସମନ୍ୱୟ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ଏହା ସହିତ ଘରୋଇ ହିଂସା ପ୍ରତିରୋଧ ପାଇଁ ସମାଜିକ ସଚେତନତା, ପୀଡିତାଙ୍କ ପକ୍ଷରେ ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମଧ୍ୟ ଆଲୋଚନା କରାଯାଇ ଆଗାମୀ ଦିନପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀଣୀ ସ୍ନିଗ୍ଧା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଆଇ.ଆଇ.ସି ସାଇବର କ୍ରାଇମ ବିଜୟ ଲକ୍ଷ୍ମୀ ହିକୋକା, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ଜେଜେବି ସଦସ୍ୟ ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ମହିଳା ହବ୍‌ ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ, ଜିଲ୍ଲା ସଂଯୋଜକ ଏଡ ଏଟ ଆକ୍ସନ ଦିବ୍ୟ ରଞ୍ଜନ ଯୋଷି, ୱାନ ସ୍ଟପ ସେଣ୍ଟର, ଶକ୍ତି ସଦନ ଏବଂ ଏଫ. ସି. ସି ର ପ୍ରତିନିଧିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣୀ ମୁଜିବୁନ ନିଷା ସମସ୍ତଙ୍କୁ ସ୍ବାଗତ ଜଣାଇ କର୍ମଶାଳା ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ମହିଳା ହବ୍‌ ସଂଯୋଜକ ଯୋଗେଶ୍ଵର ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ଜିଲ୍ଲା ସଂଯୋଜକ ଏଡଏଟ ଆକ୍ସନ, ଦିବ୍ୟ ରଞ୍ଜନ ଯୋଷି ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଲେ।

Leave a Reply

Your email address will not be published. Required fields are marked *