Spread the love

ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ।

​ଅନୁଗୋଳ, ତା.୧୬.୧୧:- ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଆଜି ପୂର୍ବାହ୍ନରେ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ହେଉଛି ଚଳିତ ବର୍ଷର ଜାତୀୟ ପ୍ରେସ୍ ଦିବସର ପ୍ରସଙ୍ଗ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାୟାଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଏବଂ ଏହା କେବଳ ଖବର ପ୍ରକାଶ କରେ ନାହିଁ ବରଂ ଜନସାଧାରଣଙ୍କର ସ୍ୱର। ଗଣମାଧ୍ୟମ ଅନେକ ଅନ୍ୟାୟ, ଦୁର୍ନୀତି ଓ ଅବ୍ୟବସ୍ଥାକୁ ପ୍ରକାଶ କରି ଦେଶ ସମାଜକୁ ପଥ ପ୍ରଦର୍ଶନ କରିଛି। ସ୍ୱାଧୀନ ଗଣମାଧ୍ୟମ ଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହୋଇଥାଏ।

​ମୁଖ୍ୟବକ୍ତା ଭାବେ ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ଚଳିତ ବର୍ଷର ବାର୍ତ୍ତା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ କୋମଳ ସାମ୍ବାଦିକତା ଏବଂ ଶସ୍ତା ଲୋକପ୍ରିୟତା ପଛରେ ଥିବା ମାନସିକତାକୁ ସମାଲୋଚନା କରିଥିଲେ। ଏହା ସହ ଗଣମାଧ୍ୟମରେ ଅନୁସନ୍ଧାନମୂଳକ ସାମ୍ବାଦିକତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ ଦେବା ସହ ସାମ୍ବାଦିକଙ୍କ ଦାୟିତ୍ୱବୋଧ ସମ୍ପର୍କରେ ଆଲୋକପାତ କରିଥିଲେ।

​କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ସନମସ୍ମିତା ସାହୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଜିଲ୍ଲା ଓ ଉପଖଣ୍ଡ ସ୍ତରରୁ ଆସିଥିବା ସାମ୍ବାଦିକମାନେ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

You missed