Spread the love

ଜେଲ୍ ଡିଜିଙ୍କ ବିରୋଧରେ ପୂର୍ବତନ ଜେଲରଙ୍କ ଯୌନ ନିର୍ଯାତନା ଅଭିଯୋଗ: ତଦନ୍ତ ଆରମ୍ଭ

​ଭୁବନେଶ୍ୱର:

ରାଜ୍ୟ ଜେଲ୍ ବିଭାଗର ମହାନିର୍ଦ୍ଦେଶକ (ଡିଜି) ସୁଶାନ୍ତ ନାଥଙ୍କ ବିରୋଧରେ ଏକ ସଙ୍ଗିନ ଅଭିଯୋଗ ସାମ୍ନାକୁ ଆସିଛି। ଚୌଦ୍ୱାର ଜେଲର ପୂର୍ବତନ ଜେଲର ସନ୍ତୋଷିନୀ ଦାସ ତାଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଦେଇଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

​ଅଭିଯୋଗ ଅନୁଯାୟୀ, ଡିଜି ତାଙ୍କୁ କେବଳ ମାନସିକ ଓ ଯୌନ ନିର୍ଯାତନା ଦେଇନାହାନ୍ତି, ବରଂ ତାଙ୍କ କ୍ୟାରିୟର ଶେଷ କରିଦେବାକୁ ମଧ୍ୟ ଧମକ ଦେଇଛନ୍ତି। ଏହି ଘଟଣାକୁ ନେଇ ଚୌଦ୍ୱାର ପୋଲିସ ଷ୍ଟେସନରେ ମାମଲା ପଞ୍ଜୀକୃତ ହୋଇ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ତଦନ୍ତ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଅବଗତ କରାଯାଇଛି।

Leave a Reply

Your email address will not be published. Required fields are marked *