Spread the love

ତାଳଚେରରେ ବିଶ୍ୱଶାନ୍ତି ମହାଯଜ୍ଞ

ତାଳଚେର, ୨୪/୧୧ ପବିତ୍ର ଧର୍ମର ମାସ କାର୍ତିକ ଅବସରରେ ତାଳଚେର ଟାଉନ ଅନ୍ତର୍ଗତ ମଦନମୋହନ ଧର୍ମଶାଳା ପରିସରରେ ଶ୍ରୀ ଜଗନ୍ନାଥ ପଂଚରାତ୍ର ମହୋଳତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ତା ୨୦/୧୧/୨୦୨୬ ରିଖ ଠାରୁ ଆରମ୍ଭହୋଇ ତା ୨୬/୧୧/୨୦୨୬ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ମହାପବିତ୍ର କାର୍ଯ୍ୟକ୍ରମରେ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ଦୁହ୍ଲଭ ୨୪ବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞ ସହିତ ଭଗବାନ ବେଦବ୍ୟାସ କୃତ ସ୍କନ୍ଧପୁରାଣ ଅନ୍ତର୍ଗତ ଶ୍ରୀ ପୁରୁଷତୋମ କ୍ଷେତ୍ର ମହାତ୍ମ୍ୟ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଛି ଉକ୍ତ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମରେ ଧାରାବାହିକ ପ୍ରବକ୍ତା ଡ଼ାଃ ଆଶୁତୋଷ ମିଶ୍ର ଯୋଗଦାନ କରି ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ମହିମାର ଗୁଣଗାନ କରିବା ସହିତ ମହାନ ସାଧୁସନ୍ଥଗଣ ଓ ବ୍ରାହ୍ମଣ ବୈଷ୍ଣବଙ୍କ ସହିତ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କର ଶ୍ରୀମନ୍ଦିର ପୁରୀ ସେବକବୃନ୍ଦ ଯୋଗଦାନ ରହିଛି । ୨୦ତାରିଖରେ କଳସ ଯାତ୍ରା, ୨୧ତାରିଖ ଦେବତାଙ୍କ ଆବାହନ, ବ୍ରାହ୍ମଣବରଣ, ଯଜ୍ଞାରମ୍ଭ, ୨୪ବେଶ ଉନ୍ମୋଚନ ଓ ପାରାୟଣ, ୨୨ତାରିଖ ପାରାୟଣ, ସହସ୍ର ଅଶ୍ୱମେଧ ଜାଗ ଓ ଯଜ୍ଞନୃସିଂହ ପ୍ରତିଷ୍ଠା, ୨୩ ଦାରୁବ୍ରହ୍ମଙ୍କ ଆବିର୍ଭାବ, ଶ୍ରୀମନ୍ଦିର ନିର୍ମାଣ, ଇନ୍ଦ୍ରଦ୍ୟୁମ୍ନଙ୍କ ବହ୍ମାଙ୍କ ସହ ସାକ୍ଷାତ, ରଥନିର୍ମାଣ ଓ ପ୍ରତିଷ୍ଠା, ବହ୍ମାଙ୍କ ନିଳାଚଳ ଆଗମନ, ୨୪ ତାରିଖ ନିଳଳାଦ୍ରି ମହୋଦୟ, ପ୍ରଭୂଙ୍କ ନୃସିଂହମୂର୍ତି ଧାରଣ, ଇନ୍ଦ୍ରଦ୍ୟୁମ୍ନଙ୍କ ସହ ପ୍ରଭୂଙ୍କ କଥକକଥନ ଓ ବରଳାଭ, ପଂଚତୀର୍ଥ ମହାତ୍ମ୍ୟ, ୨୫ ତାରିଖ ଶ୍ରୀ ମହାପ୍ରସାଦ ମହିମା, ଯାତ୍ରା ବିଧାନ, ଶ୍ରୀଜଗନ୍ନାଥଙ୍କ ଦର୍ଶନ, ବ୍ରତ, ବିଧି ଇତ୍ୟାଦି ରହିଥିବା ବେଳେ ୨୬ ତାରିଖ ୧୧ଘଟିକା ସମୟରେ ପୂର୍ଣ୍ଣାହୂତି ଓ ପ୍ରବଚନ ଉଦଯାପନ ଏବଂ ଦିନ ୧ଟାରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ଶ୍ରୀ ଜଗନ୍ନାଥ ଭକ୍ତବୃନ୍ଦ ତାଳଚେର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *