Spread the love

ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡ଼ା ଉଦଘାଟିତ

ତାଳଚେର, ୧୯/୧୧ ତାଳଚେର ବ୍ରାହ୍ମଣୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୩୩ତମ ବାର୍ଷିକ କ୍ରୀଡ଼ା କାର୍ଯ୍ୟକ୍ରମ ୧୭ତାରିଖ ଠାରୁ ୧୯ତାରିଖ ଶେଷ ପର୍ଯ୍ୟାୟରେ ପଂହଚିଥିବା ବେଳେ ଆଜି ଏହା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅରୁଣ ଶ୍ରେଣୀ ଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ୯୮୦ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ମୁଖ୍ୟଅତିଥିଭାବେ ତାଳଚେର ଟାଉନଥାନା ସବ୍‌ଇନ୍ସିପେକ୍ଟର ସୁଶ୍ରୀ ଜୟଶ୍ରୀ ମଲ୍ଲୀକ ପ୍ରଥମ ଦିନରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭଉଦଘାଟନ କରିଥିଲେ । ଉଦଘାଟନ ଉତ୍ସବରେ ମୁଖ୍ୟଅତିଥିଭାବେ ତାଳଚେର ବନବିଭାଗ ଅଧିକାରୀ ସିଦ୍ଧାର୍ଥ ଅନୁରାଗ ପରିଡ଼ା ଯୋଗଦେବା ସହ ଉତ୍ସବ ଆଗେଇ ନେଇଥିଲେ । ବାର୍ଷିକ କ୍ରୀଡ଼ା ଉତ୍ସବରେ ବିଭିନ୍ନ ପ୍ରକାର ଖେଳକୁଦ ରହିଥିବା ବେଳେ ସେଥିମଧ୍ୟରୁ ଅରୁଣ -ପ୍ଲେଟବଲ୍‌, ମାଳିଗୁନ୍ଥିବା, ଡ଼ିଆସିଲସଜ୍ଜା, ଉଦୟ- ଟୋପି ଚଷମା, ବାଟିଚାମଚ, ଡ଼ିଆସିଲସଜ୍ଜା, ପ୍ରଭାତ- ସଂଖ୍ୟାଖେଳ, ବେଲୁନ ଫୁଙ୍କିବାନ୍ଧିବା, ପିଠିରେ ବହି ଧରି ଚାଲିବା, ଦୌଡ଼ ପ୍ରତିଯୋଗିତା, ଥାଳିଆଫିଙ୍ଗା, ଲଙ୍ଗଜମ୍ପ, ହାଇଜମ୍ପ, ବାଧାଦୌଡ଼, ତ୍ରିକୁଦ, ଇତ୍ୟାଦି ଛାତ୍ରଛାତ୍ରୀଙ୍କ ରହିଥିବା ବେଳେ ଅଭିଭାବିକା ମାନଙ୍କର ସଙ୍ଗୀତ ଚୌକି, ଅଭିଭାବକ, ଜେବାପା ଓ ଜେଜେମାଙ୍କର ସଙ୍ଗୀତ ବଲ୍ ପ୍ରତିଯୋଗିତା ଅନ୍ତର୍ଭୂକ୍ତ ଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ବାବୁଲି ସାମଲ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଶାସକ ଚନ୍ଦନ ପ୍ରଧାନ ଶାରିରୀକ ଉପରେ ଶିଶୁମାନଙ୍କୁ ମାର୍ଗଦର୍ଶନ ଦେଇଥିବା ବେଳେ ସହ ପ୍ରଧାନ ଆଚାର୍ଯ୍ୟ ଦାୟନିଧି ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟର ଶାରିରୀକ ପ୍ରମୁଖ ଶ୍ରୀନିବାସ ଭୂକ୍ତା ଓ ଅନିଲ କୁମାର ସାହୁ ଖେଳକୁଦ ପରିଚାଳନା କରିଥିଲେ । ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ପ୍ରତାପ ଚନ୍ଦ୍ର ଦେହୁରୀ ଓ ପ୍ରଶାସକ ଗଣେଶ୍ୱର ସାହୁ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା, କର୍ମଚାରୀ, ସେବକ, ସେବିକା, ବାହାନ ଚାଳକ, ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *