Spread the love

ଦୁଇଟି ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର, ୧୫୧ ୟୁନିଟ ରକ୍ତ ସଂଗ୍ରହ
ତାଳଚେର, ୧୨/୧୦ ତାଳଚେର ର ଦୁଇଟି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଓ ଜୀବନ ସାଥ୍ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟ ରେ ଆଜି ସୋମବାର ଜଗନ୍ନାଥ କଳାକେନ୍ଦ୍ର ସାଉଥ ବଲଣ୍ଡା ଠାରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗୋପବନ୍ଧୁ ଜରାଶ୍ରମର ସଭାପତି ଦୁଃଖବନ୍ଧୁ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜଗନ୍ନାଥ ଏରିଆ ଜେନେରାଲ ମ୍ୟାନେଜର ଅଜୟ କୁମାର ସିଂହ, ସମ୍ମାନିତ ଅତିଥ୍ ଭାବେ ଭୁବନେଶ୍ବରୀ ଏରିଆ ଜି. ଏମ.ଅକ୍ଷୟ କୁମାର ଦାସ,ପ୍ରୋଜେକ୍ଟ ଅଫିସର ଶ୍ରୀରାମ , ପର୍ଶୁରାମ ବାରିକ, ସମାଜସେବୀ କେଶବ ଚନ୍ଦ୍ର ମିଶ୍ର,ଅନୁଗୋଳ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧୂ ବିଜୟ କୁମାର ମାଝୀ,ତ୍ରିର୍ଥବାସି ଫାଉଣ୍ଡେସନ ର ଅଧ୍ଯକ୍ଷ ଜଗନ୍ନାଥ ପ୍ରଧାନ,ଜୀବନ ସାଥ୍ ଫାଉଣ୍ଡେସନ ର ସଭାପତି ଯୋଗେନ୍ଦ୍ର ବେହେରା,ସମ୍ପାଦକ ସିଦ୍ଧାର୍ଥ ଶେଖର ସାହୁ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଉପ ସଭାପତି ନରେଶ ଚନ୍ଦ୍ର ସ୍ବାଇଁ ସମ୍ପାଦକ ଶୁଭକାନ୍ତ ସ୍ୱାଇଁ ପ୍ରମୁଖ ମା ହିଙ୍ଗୁଳା ଙ୍କ ପ୍ରତିଛବି ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦୀପ ପ୍ରଯୋଜନ କରି ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ । ଏଥିରେ ୧୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଓ ଜୀବନ ସାଥ୍ ଫାଉଣ୍ଡେସନ ର କର୍ମକର୍ତା ମାନେ ସଂମ୍ପୁର୍ଣ ସହଯୋଗ କରିଥିଲେ ।ସମସ୍ତ ରକ୍ତଦାତା ଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି |

Leave a Reply

Your email address will not be published. Required fields are marked *