*ଦୁଇ ଦିନିଆ ବିକଶିତ ଭାରତ ଯୁବ ମହୋତ୍ସବ ଉଦଯାପିତ*
ଅନୁଗୋଳ, ୦୫.୧୧ : ଜିଲ୍ଲା ପ୍ରଶାସନ ଓ ମୋ ଯୁବ ଭାରତର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସଭାଘରଠାରେ ଦୁଇ ଦିନ ଧରି ଚାଲିଥିବା ‘ବିକଶିତ ଭାରତ ଯୁବ ମହୋତ୍ସବ’ ଉଦ୍ଯାପିତ ହୋଇଯାଇଛି।ଏହି ଉଦ୍ଯାପନୀ ସମାରୋହରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ପାଳଲହଡ଼ାର ବିଧାୟକ ଶ୍ରୀ ଅଶୋକ ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡ଼ନାୟକ ଏବଂ ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଉଦ୍ଯାପନୀ ଦିବସରେ ନୁକ୍କଡ଼ ନାଟକ, କବିତା ଲିଖନ, ଲୋକନୃତ୍ୟ, ଲୋକସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ଓ ଦଳମାନଙ୍କୁ ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହି ଯୁବ ମହୋତ୍ସବ ଜିଲ୍ଲାର ଯୁବପିଢ଼ିଙ୍କ ମଧ୍ୟରେ କଳା, ସଂସ୍କୃତି, ସୃଜନଶୀଳତା ଓ ନେତୃତ୍ୱ ଗୁଣର ବିକାଶ ପାଇଁ ଏକ ସୁନ୍ଦର ମଞ୍ଚ ପ୍ରଦାନ କରିବା ସହ ‘ବିକଶିତ ଭାରତ’ ଗଠନରେ ଯୋଗଦାନ ଦେବା ପାଇଁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ଅତିଥି କହିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ମୋ ଯୁବ ଭାରତ ସଦସ୍ୟ ଶ୍ରୀ ତପନ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

