‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ପାଳନ ଅବସରରେ ଆଜି ଉଚ୍ଚଶିକ୍ଷା ବିଭାଗ ପରିସରରେ ‘ସାଧୁତା ଶପଥ ପାଠ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ପାଇଁ ନିଜର ନିରନ୍ତର ଉଦ୍ୟମ ଜାରି ରଖିବା ସହ ପୂର୍ଣ୍ଣ ସ୍ୱଚ୍ଛତା ଓ ନୈତିକତାର ସହ ନିଜର ନିଷ୍ଠାପର ସେବା ପ୍ରଦାନକୁ ଜାରି ରଖିବା ପାଇଁ ଶପଥ ଗ୍ରହଣ କରିଛନ୍ତି।
ଉଚ୍ଚଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଆଣିବା ଏବଂ ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ଆଗେଇ ନେବା ପାଇଁ ଉଚ୍ଚଶିକ୍ଷା ବିଭାଗ ସଂକଳ୍ପବଦ୍ଧ।
