ଦୈନଦିନ ଦୁର୍ଘଟଣାଘଟି ଗଡି ଚାଲିଛି ମୁଣ୍ଡପରେ ମୁଣ୍ଡ, ଦୁର୍ଘଟଣାକୁ ରୋକିବାରେ ପ୍ରଶାସନ ନିରୁପାୟ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତରେ କେଉଁଠି ନା କେଉଁଠି ଦୈନିକ ଦୁର୍ଘଟଣା ଘଟି ଗଡି ଚାଲିଛି ମୁଣ୍ଡ ପରେ ମୁଣ୍ଡ। ଦୁର୍ଘଟଣା କୁ ରୋକିବାରେ ଆଞ୍ଚଳିକ ପ୍ରଶାସନ ନିରୁପାୟ ପ୍ରାୟ ମନେହୁଏ।ବ୍ୟାପକ ସଚେତନତା ସତ୍ବେ ଯୋଡ଼ା ଖଣି ମଣ୍ଡଳରେ ଦୁର୍ଘଟଣା କମିବାର ନାଁ ଧରୁ ନାହିଁ। ଦୁର୍ଘଟଣା ରୋକିବାକୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମଧ୍ୟ କାମ କରୁନଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଯୋଡ଼ାଥାନା ଅନ୍ତର୍ଗତ ଆଇଡିଆଇ ବ୍ୟାଙ୍କ ନିକଟରେ ଏକ ଦୁର୍ଘଟଣାରେ ଚାଲିଗଲା ଆଉ ଏକ ଯୁବକ ର ଜିବନ । ଟ୍ରକ୍ ଟି ଯୁବକଙ୍କୁ ଚାପି ଦେବାରୁ ଜଣେ ଯୁବକ ମୃତ ବରଣ କରିଛନ୍ତି । ଯୋଡ଼ାଥାନା ଆଇ ଡି ଆଇ ବ୍ୟାଙ୍କ ନିକଟରେ ଏକ ଘରୋଇ କମ୍ପାନୀକୁ କାମ କରିବା କୁ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ଟ୍ରକ୍ ଚାପି ଦେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୂର୍ତ୍ତ ଘଟିଛି । ମୃତକ ର ପରିଚୟ ମିଳିପାରିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
