Spread the love

ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ୍‌ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା। ଏନେଇ ସୂଚନା ଦେଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ । ଭାଗ ହୋଇଥିବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ଘର ଦିଆଯିବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅନ୍ତଦ୍ୟୋୟ ଯୋଜନାରେ ଘର ବଣ୍ଟାଯିବ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ ।

ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ସମୟ ଅବଧି ଭିତରେ କାମ ନ ସରିଲେ ଦାୟୀ ରହିବେ ଅଧିକାରୀ। ସମୟରେ କାମ ନ ସାରିଲେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ। ବିଭାଗର ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ରବି ନାଏକ। ୨୦୩୬ ସୁଦ୍ଧା ୩୦ରୁ ୪୦ ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି। ସେତୁ ବନ୍ଧନ ଯୋଜନାରେ ୫୦୦ ସେତୁ ନିର୍ମାଣ କରିବାକୁ ଯୋଜନା ଅଛି ।

Leave a Reply

Your email address will not be published. Required fields are marked *