ପୂଜା ଚାନ୍ଦା ଆଦାୟରେ ଜୋରଜବରଦସ୍ତି ଚଳିବନି: ଧରାପଡ଼ିଲେ ଗିରଫ କରିବ ପୁଲିସ
ଭୁବନେଶ୍ୱର: ପୂଜା ପାର୍ବଣକୁ ନେଇ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ୍ ପୁଲିସ। ପୂଜା ଚାନ୍ଦା ଆଦାୟ ନାମରେ କାହା ସହ ଜୋରଜବରଦସ୍ତି କରାଗଲେ ଏଭଳି ମାମଲାରେ ଗିରଫଦାରୀ ହୋଇପାରେ ବୋଲି ପୁଲିସ ପକ୍ଷରୁ ସତର୍କ କରାଯାଇଛି।
ଭୁବନେଶ୍ୱର ଡିସିପି ସାର୍ଥକ ବିବେକ ଏମ୍. କହିଛନ୍ତି, ପୂଜା ସମୟରେ ଅପରାଧୀଙ୍କ ଉପରେ କଡ଼ା ନଜର ରହିବ। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ଅପରାଧୀଙ୍କ ଗତିବିଧି ଉପରେ ପୁଲିସ ସ୍ୱତନ୍ତ୍ର ନଜର ରଖିବ।
ପାର୍ବଣ ସମୟରେ ମହିଳାଙ୍କଠାରୁ ଚେନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଛିନତାଇ କରୁଥିବା ଅପରାଧୀଙ୍କ ଉପରେ ମଧ୍ୟ ରହିବ ବିଶେଷ ନଜର। ଭିଡ଼ ଅଞ୍ଚଳରେ ସାଦା ପୋଷାକରେ ପୁଲିସ ମୁତୟନ ସହ ଅପରାଧ ରୋକିବାକୁ ନିରୀକ୍ଷଣ ବଢ଼ାଯିବ।
ଏଥିସହ ସମସ୍ତ ପୂଜା କମିଟିକୁ ନିଜ ନିଜ ମଣ୍ଡପର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଶୃଙ୍ଖଳିତ ଓ ସୁରକ୍ଷିତ ପୂଜା ପାଇଁ ପୁଲିସ ସହ ସମନ୍ୱୟ ରଖିବାକୁ କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି।
