Spread the love

ପୂର୍ଣ୍ଣ ମାସ କାର୍ତ୍ତିକ ରେ ପୂର୍ଣ୍ଣ କାର୍ଯ୍ୟ କରି ମାସ କୁ ସ୍ମରଣୀୟ କରିଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ


ଆମ ହିନ୍ଦୁ ଧର୍ମ ମତ ରେ ୧୨ ମାସ ଆଉ ଏହି ୧୨ ମାସ ମଧ୍ୟ ରେ କାର୍ତ୍ତିକ ମାସ କୁ ଆମେ ପୂର୍ଣ୍ଣ ର ମାସ ବୋଲି କହୁ । ଏହି ମାସ ରେ ଦାନ ଧର୍ମ ଯେ କେତେ କଣ ଆମେ କରୁ । ଆଜି ଥିଲା ମହା କାର୍ତ୍ତିକ ପୂର୍ଣ୍ଣିମା ଓ ଏହି ମହା କାର୍ତ୍ତିକ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ କିଛି ଧର୍ମ କାର୍ଯ୍ୟ କରିବାକୁ ମନସ୍ଥ କରିଥିଲେ। ସୁଦୂର କଟକ ଜିଲ୍ଲା ନିଞ୍ଚିତକୋଇଲି ବ୍ଲକ ନେମାଳ ନିକଟ ଓରିକଣ୍ଟା ଗ୍ରାମ ରେ ନିରୁପମା ମହାପାତ୍ର ନାମକ ଜଣେ ମହିଳା ବସବାସ କରନ୍ତି । ପିଲା ଟି ବେଳୁ ମା ଓ ୪ ବର୍ଷ ହେବ ବାପା ଆର ପାରି କୁ ଚାଲିଯିବା ପରେ ଘରେ ଏକ ବଢିଲା ଭାଇ ତାହା ବି ପୋଲିଓ ରୋଗ ରେ ପୀଡ଼ିତ । ରୋଜଗାର ବୋଲି ଘର ର କିଛି ନାହିଁ। ପାଲ ପାରି ଘରେ ଶୋଇବା ସହ ଘରେ ସୁରକ୍ଷିତ ରହିବା ପାଇଁ କବାଟ ଖଣ୍ଡେ ବି ନାହିଁ । ଏପରିକି ଘର ର ସୁରକ୍ଷା ଦାୟିତ୍ବ ରେ ଜଣେ କୁକୁର ରହିଛି। ରାତି ଦିନ ସେ ଜଗି ରହୁଛି। ଏହି ଖବର କୁ ଏକ ଗଣ ମାଧ୍ୟମ ରୁ ଖବର ପାଇ ଟ୍ରଷ୍ଟ ର ସଭାପତି ଆସି ପ୍ରାଥମିକ ତଦନ୍ତ କରିଥିଲେ । ଆଜି ଏହି ମହା କାର୍ତ୍ତିକ ପୂର୍ଣ୍ଣିମା ରେ କିଛି ସଦସ୍ୟ ଙ୍କୁ ସାଙ୍ଗରେ ନେଇ ତାଙ୍କ ଘର ର ତଳ ମେଜିଆ ସହ ତାଙ୍କ ଘର ର କବାଟ ଲଗାଇଥିଲେ । ୨ ମାସ ର ସମସ୍ତ ରାସନ ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିଲା । ପୂର୍ଣ୍ଣିମା ନିମନ୍ତେ ନୂତନ ବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ପାଇ ଭଉଣୀ ନିରୁପମା ମଧ୍ୟ ବହୁତ୍ ଖୁସି ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟ କୁ ଦେଖି ସେ ଗ୍ରାମ ବାସୀ ମାନଙ୍କ ମଧ୍ୟ ରେ ଟ୍ରଷ୍ଟ ପାଇଁ ଆଶିର୍ବାଦ ର ଭାବ ଦେଖିବାକୁ ମିଳିଥିଲା।ଏହି ଦେବ ତୁଲ୍ୟ କାର୍ଯ୍ୟ ରେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ସମେତ କେଦାର ସ୍ୱାଇଁ, ଉପସଭାପତି ରଶ୍ମି ରଞ୍ଜନ ବାରିକ, ମାନବ ଅଧିକାର କର୍ମୀ ସାଗର ଜେନା,ଅଭୟ କୁମାର ବେହେରା,ନିଗମ କୁମାର ସାହୁ , ଜୟଦେବ ରାଉତ,ନିରାକାର ତ୍ରିପାଠୀ,ସମୀର ବେହେରା, ବୈଦନାଥ ସ୍ବାଇଁ ଓ ଦୁର୍ଯ୍ୟୋଧନ ସ୍ବାଇଁ ଉପସ୍ଥିତ ରହି କାର୍ଯ୍ୟ କୁ ସମାପନ କରିଥିଲେ।

Leave a Reply

Your email address will not be published. Required fields are marked *