Big breking
ବଡ଼ବିଲ ମହାବିଦ୍ୟାଳୟରେ ହେଲା ଛାତ୍ର ସଂସଦ ନିର୍ବାଚନ ହେଲେ ପ୍ରକାଶ ପାଇବନି ଫଳାଫଳ
ହୋଇଗଲା ନିର୍ବାଚନ ଘୋଷଣା ହବନି ଫଳାଫଳ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ମହାବିଦ୍ୟାଳୟ ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ନେଇ ସନ୍ଦେହ। ଏବେ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କୁ ନେଇ ସମସ୍ତ ମହାବିଦ୍ୟାଳୟ ପରିସର ସରଗରମ୍ ହୋଇଥିବା ବେଳେ ବଡ଼ବିଲ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଏବେ ରୋମଞ୍ଚକ ମୋଡରେ। ବଡ଼ବିଲ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ କୁ ନେଇ ଏକ ମାମଲା ଓଡ଼ିଶାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ପାଖରେ ଦାୟର ହୋଇଥିଲା ଯେଉଁଥିରେ ଛାତ୍ର ସଂସଦ ନିର୍ବାଚନ ଉପରେ ରୋକ୍ ଲଗାଇବାକୁ ଆବେଦନ କରାଯାଇଥିବା ନେଇ ସୂଚନା। ଓଡ଼ିଶାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପାଖରେ, ଯାହାର ଶୁଣାଣୀ କରି ଓଡ଼ିଶାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଙ୍କ ପକ୍ଷରୁ ବଡ଼ବିଲ ମହାବିଦ୍ୟାଳୟର ନିର୍ବାଚନ ଉପରେ ରୋକ୍ ଲଗାଇବାକୁ ମନା କରିଥିବା ବେଳେ ଆଜି ୧୫/୧୦/୨୬ ରେ ହୋଇଥିବା ନିର୍ବାଚନୀ ଫଳାଫଳ କଣ ହେବ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଗାମୀ ଶୁଣାଣୀ ପରେ , ଛାତ୍ର ସଂସଦ ନିର୍ବାଚନ ଫଳାଫଳ ନେଇ ନିଷ୍ପତି ନିଆଯିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
