Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବଢ଼ିବନି ଲୋନ୍‌ ମୋରେଟୋରିୟମ ଅବଧି

 

ନୁଆଦିଲ୍ଲୀ: ଆଉ ବଢ଼ିବନି ଲୋନ୍‌ ମୋରେଟୋରିୟମ। ଋଣ ଗ୍ରହିତା ସେମାନଙ୍କ ଋଣ କିସ୍ତି ଏଣିକି ନିୟମିତ ପ୍ରଦାନ କରିବେ। ଏହା ସହିତ ଏହି ସମୟ ମଧ୍ୟରେ ଯେଉଁ ସୁଧ ବୃଦ୍ଧି ପାଇଛି ତାହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ ମଙ୍ଗଳବାର ଏଭଳି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଫଳରେ ବ୍ୟାଙ୍କଗୁଡ଼ିକୁ ଅଶ୍ଵସ୍ତି ମିଳିଛି। ସେପଟେ ସମ୍ପୂର୍ଣ୍ଣ ଋଣ ଛାଡ଼ ଦାବି କରୁଥିବା ରିୟଲ ଇଷ୍ଟେଟ୍‌ ଭଳି ଅନେକ କ୍ଷେତ୍ରର କମ୍ପାନୀଗୁଡ଼ିକୁ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟ ଗତବର୍ଷ ନିଜର ଏକ ଆଦେଶରେ କହିଥିଲେ, ଲୋନ ମୋରେଟୋରିୟ ସମୟରେ ସେମାନଙ୍କ ଋଣର ସୁଧ ଉପରେ ସୁଧ ଅର୍ଥାତ ଚକ୍ରବର୍ତ୍ତୀ ସୁଧ ଲଗା ନ ଯାଉ, ଯାହା କୋଟି କୋଟି ଲୋକଙ୍କୁ ଅଶ୍ଵସ୍ତି ପ୍ରଦାନ କରିଥିଲା। କିନ୍ତୁ ଏବେ କୋର୍ଟ କହିଛନ୍ତି ଯେ, ଏହି ସମୟରେ ଲାଗୁ ହୋଇଥିବା ସୁଧକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି, ସେ ଆର୍ଥିକ ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ। ବିଚାରପତି ଅଶୋକ ଭୂଷଣ, ଆର. ସୁଭାଷ ରେଡ୍ଡୀ ଏବଂ ଏମ.ଆର. ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିଷ୍ପତ୍ତି ଶୁଣାଣିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରି କହିଚନ୍ତି ଯେ, ସେ ଅର୍ଥନୈତିକ ନୀତି ପ୍ରସଙ୍ଗରେ ହସ୍ତକ୍ଷେପ କରିପାରିବେ ନାହିଁ। କୌଣସି ନୀତି ଠିକ୍‌ କିମ୍ବା ଭୁଲ ତାହା ସ୍ଥିର କରିପାରିବେ ନାହିଁ। ମାତ୍ର କୌଣସି ନୀତି ଆଇନ ସମ୍ମତ କି ନୁହେଁ, ତାହା କେବଳ କୋର୍ଟ ସ୍ଥିର କରିପାରିବେ।

You missed