Spread the love

ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ଏବିଭିପି ର ଐତିହାସିକ ବିଜୟ


ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ-୨୦୨୬ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଐତିହାସିକ ବିଜୟ ହାସଲ କରିଛି। ସଭାପତି ପଦ ପାଇଁ ହୋଇଥିବା ସିଧାସଳଖ ଲଢେଇରେ ABVP ସମର୍ଥିତ ପ୍ରାର୍ଥୀନୀ ପୂଜା ଦିହୁଡ଼ି ୪୬୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ BCJD ସମର୍ଥିତ ପ୍ରାର୍ଥୀନୀ ରାଜଲକ୍ଷ୍ମୀ ସ୍ୱାଇଁ ୨୧୪ ଖଣ୍ଡ ଭୋଟ ପାଇଛନ୍ତି। ଫଳରେ ପୂଜା ୨୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।ଏହି ନିର୍ବାଚନରେ ମୋଟ ୧୭ଟି ପଦ ମଧ୍ୟରୁ ୧୬ଟି ପଦରେ ABVP ସମର୍ଥିତ ପ୍ରାର୍ଥୀମାନେ ପୂର୍ବରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇ ସାରିଥିଲେ।
କେବଳ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା, ଯେଉଁଥିରେ ABVP ଓ BCJD ମଧ୍ୟରେ କଡା ଟକ୍କର ହୋଇଥିଲା। ଶେଷରେ ଛାତ୍ରଛାତ୍ରୀମାନେ ABVP ଉପରେ ଭରସା ଦେଖାଇଛନ୍ତି।ବିଜୟ ପରେ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ABVP କର୍ମୀ ଓ ସମର୍ଥକମାନେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ମନାଇଛନ୍ତି। ନବ ନିର୍ବାଚିତ ସଭାପତି ପୂଜା ଦିହୁଡ଼ି ଙ୍କୁ ସବୁଆଡୁ ଶୁଭେଚ୍ଛା ର ସୁଅ ଛୁଟିଛି |

ରିପୋର୍ଟର :ରଂଜିତ କୁମାର ସାହୁ
ବାଲୁଗାଁ

Leave a Reply

Your email address will not be published. Required fields are marked *