### ବିଧାନସଭାରେ B.Ed. ସିଟ୍ ବୃଦ୍ଧି ନେଇ ତଥ୍ୟ ରଖିଲେ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ
ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳ ସମୟରେ ରାଜ୍ୟରେ B.Ed. ପାଠ୍ୟକ୍ରମର ଆସନ ସଂଖ୍ୟା ବୃଦ୍ଧି ଓ ଶିକ୍ଷକ ଶିକ୍ଷାର ଗୁଣାତ୍ମକ ମାନ ବିକାଶ ସମ୍ପର୍କରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୨୪ ମସିହା ପର୍ଯ୍ୟନ୍ତ ରାଜ୍ୟରେ B.Ed. ପାଠ୍ୟକ୍ରମ ପାଇଁ ୩,୦୦୦ଟି ସିଟ୍ ଥିବାବେଳେ, ବର୍ତ୍ତମାନ ଏହାକୁ ୪,୫୫୦କୁ ବୃଦ୍ଧି କରାଯାଇଛି। ଆଗାମୀ ୨୦୨୭-୨୮ ଶିକ୍ଷାବର୍ଷରେ ଆଉ ୧,୧୦୦ଟି ସିଟ୍ ବୃଦ୍ଧି କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି।
ସେହିପରି ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ, ଦୁଇ ବର୍ଷିଆ B.Ed. ପାଠ୍ୟକ୍ରମ ପରିବର୍ତ୍ତେ ଚାରି ବର୍ଷିଆ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ୍ ପ୍ରୋଗ୍ରାମ (ITEP) ଆରମ୍ଭ କରିବା ସହ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନଗୁଡ଼ିକର ମାନ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।
NCTEର ନିର୍ଦ୍ଧାରିତ ମାନଦଣ୍ଡ ସହ NAAC ଓ NIRFର ମାନକ ଅନୁପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
ବିଧାନସଭା ପ୍ରଶ୍ନକାଳରେ ମନ୍ତ୍ରୀଙ୍କ ଏହି ଉତ୍ତର ରାଜ୍ୟରେ ଶିକ୍ଷକ ଶିକ୍ଷାର ସମ୍ପ୍ରସାରଣ ଓ ଗୁଣାତ୍ମକ ବିକାଶ ଦିଗରେ ସରକାରଙ୍କ ପଦକ୍ଷେପକୁ ସ୍ପଷ୍ଟ କରିଛି।
