Spread the love

ବିଶିଷ୍ଟ ଚାଷିଙ୍କ ଏକାଦଶାହ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଓ ଭଜନ ପରିବେଷଣ

ଯାଜପୁର___ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ଚନ୍ଦ୍ରମୁହ ପଞ୍ଚାୟତର ଜଗନ୍ନାଥପୁର ବେହେରା ସାହିର ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତନର ବ୍ୟକ୍ତି ତଥା ଚାଷି ଫକିର ଚରଣ ବେହେରାଙ୍କ ପରଲୋକ ରେ ଆଜି ତାଙ୍କ ବାସଭବନ ଠାରେ ଏକ ଭଜନ ସମାରୋହ ସହ ସ୍କୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ସେ ଏକାଧାରରେ ଜଣେ ଆଦର୍ଶ ଚାଷୀ, ଆଧ୍ୟାତ୍ମିକ ଚିନ୍ତନର ବ୍ୟକ୍ତି ତଥା ସମାଜସେବୀ ହିସାବରେ ସାରା ବିଂଝାରପୁର ଅଞ୍ଚଳରେ ଚିର ପରିଚିତ ଥିଲେ। ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ରଣପୁର ପଞ୍ଚାୟତର ପୃର୍ବତନ ସରପଞ୍ଚ ଅଟଳବିହାରୀ ନାୟକ, ପୂର୍ବତନ ସମିତିସଭ୍ୟ ବିରଞ୍ଚି ନାୟକ, ବିରଞ୍ଚି ଦ୍ବିବେଦୀ,ଗୋପ ଦାଶ, ସ୍ବର୍ଗତ ଫକିର ଚରଣ ବେହେରାଙ୍କ ବୋହୂ ପୃର୍ବତନ ସମିତି ସଭ୍ୟା ସୁମିତ୍ରା ବେହେରା, ପ୍ରମୁଖ ଯୋଗଦେଇ ସ୍ବର୍ଗତ ବେହେରାଙ୍କ ଉପରେ ବହୁକଥା ଆଲୋଚନା କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପୁତ୍ର ପରେଷ ବେହେରା।ସମସ୍ତ କାର୍ଯ୍ୟକ୍ରମ କୁ କାର୍ତ୍ତିକ, ରଞ୍ଜିତ, ଚିତ୍ତରଞ୍ଜନ, ବିଜୟ, ଅନାଦି,କୁନଚନ୍ଦ୍ର,ଗୈରାଙ୍ଗ ସମେତ ବନ୍ଧୁ ଓ ପରିବାର ବର୍ଗ ସମସ୍ତେ ଯୋଗଦେଇ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *