Spread the love

ବିଶିଷ୍ଟ ଶିକ୍ଷାବିତ କରୁଣାକର ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ କବିତା ପାଠୋତ୍ସବ ଓ ସ୍କୁତି ସଭା ଅନୁଷ୍ଠିତ

ଯାଜପୁର — ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତର ଚନ୍ଦନପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ, ଆଧ୍ୟାତ୍ମିକ ଚିନ୍ତନର ବ୍ୟକ୍ତି ସ୍ବର୍ଗତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣାକର ସାମଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଏକ କବିତା ପାଠୋତ୍ସବ ଓ ସ୍କୁତି ଚାରଣ ସଭା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ତଥା ସମାଜସେବୀ ପଦ୍ମାକର ଗୁରୁ। ସଞ୍ଚାଳନ କରିଥିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଯେନା। ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ପ୍ରଧାନ,ଭରତ ଚନ୍ଦ୍ର ନାୟକ, ସାମ୍ବାଦିକ ଅନିରୁଦ୍ଧ ବେଉରିଆ, ଚନ୍ଦ୍ର ଶେଖର ନାୟକ,କବି ସନ୍ତୋଷ କୁମାର ବେଉରିଆ,କବି ରମାକାନ୍ତ ନାୟକ, ନାରାୟଣ ଚନ୍ଦ୍ର ଦାସ, ରନ୍ତାକର ସାହୁ, ଅକ୍ଷୟ କୁମାର ସେଠୀ, ଡ଼ ପଦ୍ମଚରଣ ଧଳ, ଶିଶିର କୁମାର ଦାସ, ଅଶୋକ କୁମାର ଧଳ, ସରୋଜ କୁମାର ସାହୁ, ମେଘନାଦ ମହାଳିକ, ଶଙ୍କର୍ଷଣ ଦାସ, ବୈଷ୍ଣବ ଯେନା,କବି ଖଗେଶ୍ବର ସାହୁ, ରମେଶ ଚନ୍ଦ୍ର ସାମଲ, ନିରଞ୍ଜନ ଦାସ,ବେଣୁଧର ଦାସ, ନାରାୟଣ ପଣ୍ଡା , ସବୁଜ ଓଡିଶା ର ପ୍ରତିଷ୍ଠାତା ସଂପାଦକ ତଥା ଯୁବ ସାମ୍ବାଦିକ ସରୋଜ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ କରୁଣାକର ସାମଲଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପୁତ୍ର ଦେବେନ୍ଦ୍ର କୁମାର ସାମଲ।ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପରିବାର ଓ ବନ୍ଧୁ ବର୍ଗ ।


ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *