Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁରରୁ ଗୁଜରାଟର ସୁରଟ (ଉଧନା) ସହିତ ସଂଯୋଗ କରୁଥିବା ‘ଅମୃତ ଭାରତ ଏକ୍ସପ୍ରେସ’କୁ ଝାରସୁଗୁଡ଼ାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।ଏହି ଟ୍ରେନ୍ ପଲାସା, ବିଜୟନଗରମ୍, ରାୟଗଡା, ଟିଟିଲାଗଡ଼, ରାୟପୁର, ନାଗପୁର, ଭୁସାୱାଲ ଏବଂ ନନ୍ଦୁରବାର ସମେତ ପ୍ରମୁଖ ଷ୍ଟେସନରେ ରହଣି କରିବ ।

ଏହି ସେବା ସୁରଟ ଏବଂ ଏହାର ଆଖପାଖ ସହରରେ କାମ କରୁଥିବା ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ଅନେକ ଶ୍ରମିକଙ୍କ ପାଇଁ ବିଶେଷ ଲାଭଦାୟକ ହେବ ।ଏହା ଉଭୟ ରାଜ୍ୟ ମଧ୍ୟରେ ଯୋଗାଯୋଗ ପ୍ରଦାନ କରିବା ସହିତ ପର୍ଯ୍ୟଟନ ବିକାଶରେ ସହାୟ ହେବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରମୁଖ ଆର୍ଥିକ ଜିଲ୍ଲାଗୁଡ଼ିକୁ ସଂଯୋଗ କରିବ ।

Leave a Reply

Your email address will not be published. Required fields are marked *