Spread the love

ଭତା ପାଇବା ପାଇଁ ତାଳବରକୋଟବାସୀ ଜିଲ୍ଲାପାଳଙ୍କୁ ନିବେଦନ

ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ତାଳବରକୋଟ ଗ୍ରାମପଂଚାୟତର ବୃଦ୍ଧବୃଦ୍ଧାମାନେ ସାତମାସ ଧରି ଭତା ପାଇନଥିବାରୁ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ପ୍ରକାଶ ଯେ, ବୃଦ୍ଧବୃଦ୍ଧାମାନଙ୍କ ପାଇଁ ଉଦ୍ଦିଷ୍ଟ ଭତା ପାଇ ବୟସ୍କ ବୃଦ୍ଧବୃଦ୍ଧାମାନେ ପେଟ ପୋଷିଥାନ୍ତି । ମାତ୍ର ଗତ ସାତ ମାସ ହେବ ବ୍ୟାଙ୍କରୁ ଗ୍ରାମପଂଚାୟତ ଓ ସଦର ବ୍ଲକ୍ ଦୌଡି ଦୌଡି ଭତା ଏପର୍ଯ୍ୟନ୍ତ ପାଇପାରୁ ନାହାଁନ୍ତି । ଯାହାଫଳରେ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ଏଣୁ ଉକ୍ତ ଦରଖାସ୍ତ ଦେଇ ନିବେଦନ କରିଛନ୍ତି କି, ତୁରନ୍ତ ସେମାନଙ୍କୁ ବକେୟା ଭତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ପୂର୍ବଭଳି ମାସକୁ ମାସ ଧାର୍ଯ୍ୟ ତାରିଖରେ ଭତା ପ୍ରଦାନ କରାଯିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲେ ବଦ୍ଧବୃଦ୍ଧାମାନେ ଖୁସି ହେବେ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *