Spread the love

ମହାଳୟା ଅମାବାସ୍ୟାରେ ମା’ ତାରେଣୀଙ୍କ ବିଶେଷ ପୂଜାର୍ଚ୍ଚନା

ଢେଙ୍କାନାଳ: ମହାଳୟା ଅମାବାସ୍ୟା ଅବସରରେ ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ୍‌ସ୍ଥିତ ମା’ ତାରେଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଛି ବିଶେଷ ପୂଜାର୍ଚ୍ଚନା।

ଏହି ଅବସରରେ ପ୍ରାତଃକାଳରୁ ମା’ଙ୍କ ମଙ୍ଗଳ ଆଳତି ଓ ମହାସ୍ନାନ କରାଯିବା ସହ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏଥିସହ ବିଭିନ୍ନ ପ୍ରକାରର ଫୁଲମାଳ ଓ ଭୋଗ ଲାଗି କରାଯାଇ ମା’ଙ୍କୁ ବିଶେଷ ପୂଜା କରାଯାଇଥିଲା।

ଦିନତମାମ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ରାତ୍ର ଧୂପ ନୀତି ସମ୍ପନ୍ନ ହେବା ପରେ ମା’ଙ୍କ ପହଡ଼ ପଡ଼ିଥିଲା।

ମହାଳୟା ଅମାବାସ୍ୟାର ଏହି ପବିତ୍ର ଅବସରରେ ମା’ ତାରେଣୀଙ୍କ ଆଶୀର୍ବାଦ ଲାଭ ପାଇଁ ଭକ୍ତମାନେ ପ୍ରାର୍ଥନା କରିଥିଲେ।

Leave a Reply

Your email address will not be published. Required fields are marked *