Spread the love

ମହୀଧରପୁର ହାଟ ନିକଟରେ ବଅଁରପାଳ ପୋଲିସର ବଡ଼ଧରଣର ଚଢ଼ାଉ: ୧୦୬ ଗ୍ରାମ୍ ବ୍ରାଉନ ସୁଗାର ଜବତ, ୨ ବେପାରୀ ଗିରଫ

ବଅଁରପାଳ/ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବେଆଇନ ନିଶା କାରବାର ବିରୋଧରେ ବଅଁରପାଳ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ହାଟ ନିକଟରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ୧୦୬ ଗ୍ରାମ୍ ବ୍ରାଉନ ସୁଗାର ଜବତ କରାଯିବା ସହ ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସୋମେଶ ଦାସ ଏବଂ ଆଶିଷ ନାୟକ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହୀଧରପୁର ହାଟ ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନାକୁ ଆଧାର କରି ବଅଁରପାଳ ଥାନା ଅଧିକାରୀ ଅୟସ କାନ୍ତ ଜେନାଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାଡ୍ ଏବଂ ପୋଲିସ ଟିମ୍ ମିଳିତ ଭାବେ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ପୋଲିସ ଅଭିଯୁକ୍ତ ସୋମେଶ ଦାସ ଓ ଆଶିଷ ନାୟକଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୧୦୬ ଗ୍ରାମ୍ ବ୍ରାଉନ ସୁଗାର, ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ବ୍ରାଉନ ସୁଗାର କେଉଁଠାରୁ ଅଣାଯାଇଥିଲା ଏବଂ ଏହି ରାକେଟ୍‌ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *