ମା’ ତାରେଣୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା, ତୃତୀୟ ଦିବସରେ ଚନ୍ଦ୍ରଘଣ୍ଟା ଦେବୀ ବେଶରେ ଦର୍ଶନ ଦେଲେ ମା’
ଢେଙ୍କାନାଳ: ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ୍ସ୍ଥିତ ମା’ ତାରେଣୀଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହେଉଛି। ନବରାତ୍ର ପୂଜାର ତୃତୀୟ ଦିବସରେ ମା’ ତାରେଣୀ ଚନ୍ଦ୍ରଘଣ୍ଟା ଦେବୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।
ପ୍ରତିଦିନ ମା’ଙ୍କ ପୀଠରେ ବିଧିବିଧାନ ଅନୁଯାୟୀ ସୂର୍ଯ୍ୟ ପୂଜା, କଳସ ପୂଜା, ମଣ୍ଡଳ ପୂଜା ଏବଂ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି। ଏଥିସହ ମା’ଙ୍କ ନିକଟରେ ୧୦୦୮ ବେଲପତ୍ର ଲାଗି କରାଯାଉଥିବାବେଳେ ଚଣ୍ଡୀପାଠ ଓ ସପ୍ତଚଣ୍ଡୀ ଯଜ୍ଞରେ ଆହୁତି ପ୍ରଦାନ କରାଯାଉଛି। ପ୍ରତେକ ଦିନ ସନ୍ଧ୍ୟାରେ ସନ୍ଧ୍ୟା ଆଳତି କରାଯାଉଛି
ଏହି ଅବସରରେ ମା’ଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଉଛି। ପୂଜକ ଲିଙ୍ଗରାଜ ପତି ଶର୍ମା ଏବଂ ମନ୍ଦିରର ପୂଜକ ଅପୁଲ ରଣା ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ।
ନବରାତ୍ରର ଏହି ପବିତ୍ର ଅବସରରେ ମା’ଙ୍କ ଦର୍ଶନ ପାଇଁ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଭକ୍ତମାନେ ମା’ଙ୍କ ଆଶୀର୍ବାଦ ଲାଭ କରିବା ସହ ନିଜ ପରିବାରର ମଙ୍ଗଳ କାମନା କରୁଛନ୍ତି।
