ମା’ ଦୁର୍ଗାଙ୍କ ଦର୍ଶନ କଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ
ହମାମୀରାରେ ୬୦ତମ ସାର୍ବଜନୀନ ଦୁର୍ଗାପୂଜାରେ ସାମିଲ, ଧୁକୁଟାରେ ମା’ ବନଦୁର୍ଗାଙ୍କ ଆଶୀର୍ବାଦ ନେଲେ
ଅନୁଗୋଳ: ପାର୍ବଣର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ଙ୍କ ଦର୍ଶନ କରିବା ସହ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଡ଼ାଶାସନ ପଞ୍ଚାୟତର ହମାମୀରା ଗ୍ରାମରେ ଆୟୋଜିତ ୬୦ତମ ସାର୍ବଜନୀନ ମା’ ଦୁର୍ଗାପୂଜାରେ ଯୋଗଦେଇ ସେ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିବା ସହ ପୂଜାର ସୁନ୍ଦର ଆୟୋଜନ ପାଇଁ ପୂଜା କମିଟିର ସଭାପତି, ସମ୍ପାଦକ ଓ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ହମାମୀରା ଗ୍ରାମର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ଅଞ୍ଚଳବାସୀଙ୍କ ମଙ୍ଗଳ ଓ ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ।
ସେହିପରି ଧୁକୁଟା ଗ୍ରାମରେ ଆୟୋଜିତ ମା’ ବନଦୁର୍ଗାଙ୍କ ବାର୍ଷିକ ଉତ୍ସବରେ ମଧ୍ୟ ବିଧାୟକ ଯୋଗଦେଇଥିଲେ। ସେଠାରେ ମା’ଙ୍କ ଆଶୀର୍ବାଦ ନେବା ସହ ଅଞ୍ଚଳବାସୀଙ୍କ ସୁଖ, ସମୃଦ୍ଧି ଓ ଉନ୍ନତି କାମନା କରିଥିଲେ।
ଧାର୍ମିକ ଆସ୍ଥା ଓ ପରମ୍ପରାର ଏହି ପବିତ୍ର ଅବସରରେ ବିଧାୟକଙ୍କ ଯୋଗଦାନ ସ୍ଥାନୀୟ ଅଞ୍ଚଳର ପାର୍ବଣ ଉତ୍ସବକୁ ଆହୁରି ଉତ୍ସବମୁଖର କରିଥିଲା।
