Spread the love

ମିଶନ ଶକ୍ତି ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ’ ପାଳନ ଅବସରରେ ‘ସାଧୁତା ଶପଥ ପାଠ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ବାଲ୍, ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜନସେବାରେ ସଚ୍ଚୋଟତା, ନିଷ୍ଠା ଓ ସ୍ୱଚ୍ଛତା ବଜାୟ ରଖିବା ଏବଂ ଦାୟିତ୍ୱବୋଧ ତଥା ଦୁର୍ନୀତିମୁକ୍ତ ଶାସନ ବ୍ୟବସ୍ଥା ଗଠନ ପାଇଁ ଅଧିକାରୀମାନେ ଏହି ଅବସରରେ ‘ସାଧୁତା ଶପଥ ପାଠ’ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

You missed