ମେମ୍ବରସିପ୍ ହସ୍ତାନ୍ତରକୁ ନେଇ ବିବାଦ, ସିପିପି ମେଟେରିଆଲ ଗେଟ୍ ସମ୍ମୁଖରେ ଧାରଣା
ମେମ୍ବରସିପ୍ ଘୋଟାଲାକୁ ନେଇ ଧାରଣା
ନାଲକୋ:
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ ନାଲକୋ ଶିଳ୍ପାଞ୍ଚଳରେ ଟ୍ରକ୍ ଓନର ଆସୋସିଏସନ୍ର ମେମ୍ବରସିପ୍କୁ ନେଇ ବିବାଦ ଦେଖାଦେଇଛି। ନିଜର ମେମ୍ବରସିପ୍ ଫେରାଇବା ଦାବିରେ ନାଲକୋ ଶିଳ୍ପାଞ୍ଚଳ ଟିପର ଓନର ୱେଲଫେୟାର ଆସୋସିଏସନ୍ର କର୍ମକର୍ତ୍ତାମାନେ ସିପିପି ମେଟେରିଆଲ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି।ସୂଚନା ଅନୁଯାୟୀ,
ସୂଚନା ଅନୁଯାୟୀ, ନାଲକୋ ଅଞ୍ଚଳରେ ତିନୋଟି ଟ୍ରକ୍ ଓନର ଆସୋସିଏସନ୍ ରହିଛି। ପୂର୍ବରୁ ଏହି ତିନୋଟି ଆସୋସିଏସନ୍ର ମେମ୍ବରସିପ୍ ନିୟମିତ ଅପ୍ଡେଟ୍ ହେଉଥିବାରୁ ସଦସ୍ୟମାନଙ୍କ ଗାଡ଼ି ଚଳାଚଳରେ ବିଶେଷ ସମସ୍ୟା ହେଉ ନଥିଲା। କିନ୍ତୁ କିଛି ଦିନ ହେବ ମେମ୍ବରସିପ୍ ଅପ୍ଡେଟ୍ ନ ହେବାରୁ ଏହାକୁ ନେଇ ଅସ୍ପଷ୍ଟତା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ପୂର୍ବରୁ ନାଲକୋ ଶିଳ୍ପାଞ୍ଚଳ ଟିପର ଓନର ୱେଲଫେୟାର ଆସୋସିଏସନ୍ରେ ୩୫ଟି ମେମ୍ବରସିପ୍ ଥିବାବେଳେ ଏବେ ଏହି ସଂଖ୍ୟା ୮କୁ ଖସି ଆସିଛି। ଅନ୍ୟପକ୍ଷରେ, ନାଲକୋ ପେରିଫେରୀ ଆସୋସିଏସନ୍ ଚଞ୍ଚକତା କରି ୨୭ଟି ମେମ୍ବରସିପ୍ ନିଜ ନାମରେ କରି ନେଇଥିବା ନେଇ ନାଲକୋ ଶିଳ୍ପାଞ୍ଚଳ ଟିପର ଓନର ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଅଭିଯୋଗ କରାଯାଇଛି।ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରି ଆସୋସିଏସନ୍ର କର୍ମକର୍ତ୍ତାମାନେ ନିଜର ୨୭ଟି ମେମ୍ବରସିପ୍ ଫେରାଇବା ଦାବିରେ ସିପିପି ମେଟେରିଆଲ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି। ଏହି ବିବାଦର ସମାଧାନ କେବେ ହେବ ଏବଂ ସଦସ୍ୟମାନେ ନ୍ୟାୟ ପାଇବେ କି ନାହିଁ, ତାହାକୁ ନେଇ ଏବେ ଅପେକ୍ଷା ରହିଛି।
