Spread the love

ଲୋକାର୍ପିତ ହେଲା “ଆମ କୁନାକୁନି”ର ଦଶହରା ବିଶେଷାଙ୍କ
ତାଳଚେର, ୦୨/୧୧ ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ଦଶହରା ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି । ଓଡ଼ିଶା ଶିଶୁ ସାହିତ୍ୟ ପତ୍ରିକା ସଂପାଦକ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ପୁରୀସ୍ଥିତ ୟୁଥ୍ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଶିଶୁ ସାହିତ୍ୟିକ ମାନସ ରଞ୍ଜନ ମହାପାତ୍ର, ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିଶୁ ସାହିତ୍ୟିକ ଡ.ଶ୍ରୀକାନ୍ତ ଚରଣ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ଶିଶୁ ସାହିତ୍ୟିକ ଗୋବିନ୍ଦ ଚାନ୍ଦ, ଡ. ପ୍ରିୟଙ୍କା ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଓଡ଼ିଶା ଶିଶୁ ସାହିତ୍ୟ ପତ୍ରିକା ସଂପାଦକ ସଂଗଠନର ସଭାପତି ଡ. ରାମଚନ୍ଦ୍ର ଦେଓ, ସାଧାରଣ ସଂପାଦକ ଶିଶୁ ସାହିତ୍ୟିକ ଶୁଶାନ୍ତ କୁମାର ସେନାପତି ଓ ବରିଷ୍ଠ ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ତ୍ରୈମାସିକ ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ଦଶହରା ବିଶେଷାଙ୍କକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ଏହି ଉତ୍ସବରେ ଆମ କୁନାକୁନି ଶିଶୁ କିଶୋର ପତ୍ରିକାର ସଂପାଦକ ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ୱାଇଁ ଉପସ୍ଥିତ ଥିଲେ । ଓଡ଼ିଆ ଶିଶୁ ସାହିତ୍ୟର ମହାନ ସ୍ରଷ୍ଟା ଦାଶ ବେନହୁର୍‌ଙ୍କ ସ୍ୱତନ୍ତ୍ର ସାକ୍ଷାତକାର ସହିତ ଆକର୍ଷଣୀୟ ପ୍ରଚ୍ଛଦ, ଶିଶୁ ମନଲୋଭା ଚିତ୍ର ସହ ଓଡ଼ିଶାର ବହୁ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକମାନଙ୍କ ଲେଖାରେ ସମୃଦ୍ଧ ଏହି ବିଶେଷାଙ୍କଟି ଶିଶୁ କିଶୋରମାନଙ୍କ ଦ୍ୱାରା ଆଦୃତ ଲାଭ କରିବ ବୋଲି ପତ୍ରିକାର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *