Spread the love

ଲୋକ ଭବନରେ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର, ତା ୨୬/୧୧/୨୦୨୬ – ଚଳିତ ନଭେମ୍ବର ୨୬ ତାରିଖ ଦିନ ଲୋକ ଭବନରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଲୋକ ଭବନର ଅଭିଷେକ ହଲ ଠାରେ ଆୟୋଜିତ ସୂତନ୍ତ୍ର କାର୍ଯ୍ୟକ୍ରମରେ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଭାରତ ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ । ଏହି ଅବସରରେ ଲୋକ ଭବନର ଲେଖାନିୟନ୍ତ୍ରକ ଶ୍ରୀ ନିତ୍ୟାନନ୍ଦ ବାରିକ ସମ୍ବିଧାନର ମୁଖବନ୍ଧ ପାଠ କରାଇଥିଲେ। ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଡ଼. ଲଲାଟେନ୍ଦୁ ସାହୁଙ୍କ ସମେତ ଲୋକ ଭବନର ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଡ଼. ଆମ୍ବେଦକରଙ୍କ ଫୋଟଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ ।

ସମ୍ବିଧାନ ଦିବସ ପାଳନ ସମ୍ବିଧାନରେ ନିହିତ ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭ୍ରାତୃତ୍ୱର ଆଦର୍ଶ ପ୍ରତି ପ୍ରତିବଦ୍ଧତାକୁ ଦୃଢ଼ କରିବାର ଅବସର ଥିଲା । ଏହା ସମ୍ବିଧାନ ପ୍ରଣେତାଙ୍କ ପ୍ରତି ସମ୍ମାନ ଜଣାଇବାର ଅବସର ଅଟେ ଏବଂ ଗଣତନ୍ତ୍ର, ନ୍ୟାୟ ଏବଂ ଜାତୀୟ ଏକତାର ସ୍ଥାୟୀ ମୂଲ୍ୟବୋଧକୁ ପ୍ରତିଫଳିତ କରିଥାଏ ।

 

Leave a Reply

Your email address will not be published. Required fields are marked *