Spread the love

ଶମ୍ଭୁଗୋପାଳ ମଠରେ ଶ୍ରୀରାଧା ପାଦ ଦର୍ଶନ

ଢେଙ୍କାନାଳ, ୧୮/୧୧ : ଢେଙ୍କାନାଳ ସହର ଶ୍ରୀ ଶ୍ରୀ ଶମ୍ଭୁଗୋପାଳ ମଠ ପ୍ରାଙ୍ଗଣରେ ପବିତ୍ର ଅଁଳା ନବମୀ ତିଥିରେ ଶ୍ରୀ ଶ୍ରୀ ରାଧା ପାଦ ଦର୍ଶନ ପୂଜା ଅନୁଷ୍ଠିତ ହୋଇଯାଇଅଛି । ପ୍ରଭାତରୁ ଶ୍ରୀବିଗ୍ରହଙ୍କ ନିମନ୍ତେ ନୂତନ ବସ୍ତ୍ର ପରିଧାନ ସହିତ ତୁଳସୀ ହାର ଓ ଅନ୍ୟାନ୍ୟ ଫୁଲମାଳ ଅର୍ପଣ କରାଯାଇଥିଲା । ପ୍ରଭାତରୁ କାର୍ତିକ ମାସ ନିମନ୍ତେ ଖେଚୁଡି ପ୍ରସାଦ ସହିତ ଅନ୍ୟାନ୍ୟ ମିଷ୍ଟାନ୍ନ ରସଗୋଲା, ଲଢ଼ୁ ଏବଂ ମଧ୍ୟାହ୍ନରେ ଅନ୍ନଧୂପ, ସଂଧ୍ୟାରେ ଆଳତି ଇତ୍ୟାଦି ଲାଗି କରାଯାଇଥିଲା । ଭକ୍ତମାନେ ଅଁଳା ବୃକ୍ଷକୁ ପୂଜନ କରିବା ସହିତ ମା’ ରାଧାରାଣୀଙ୍କ ପାଦ ଦର୍ଶନ କରିଥିଲେ । ମୁଖ୍ୟ ପୂଜକ ବିଭୁତି ଭୂଷଣ ପଣ୍ଡା ଓ ସୁନିଲ୍‌ କୁମାର ମହାରଣାଙ୍କ ମାଧ୍ୟମରେ ପୂଜା କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏହି କାର୍ଯ୍ୟକ୍ରମ ଶୁଶି ବାବାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *