Spread the love

ତା ୧୧.୧୦.୨୦୨୬ ରିଖ ରବିବାର, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସପ୍ତଶଯ୍ୟାର ଖେଳ ପଡ଼ିଆରେ ସଦର ବ୍ଲକ ସ୍ତରୀୟ କବାଡି ପ୍ରତିଯୋଗିତା -୨୦୨୬ ଉଦଘାଟିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ଅକ୍ଷୟ କୁମାର ପଣ୍ଡା, ଶାରୀରିକ ଶିକ୍ଷା ଶିକ୍ଷକ ତଥା ସଦର ବ୍ଲକ ସମ୍ପାଦକ ଶ୍ରୀଯୁକ୍ତ ସୁଶିଲ ପଣ୍ଡା, ସି ଆର୍ ସି ସି ଶ୍ରୀଯୁକ୍ତ କାମଦେବ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ପରିଡ଼ା, ବିଶିଷ୍ଟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପବିତ୍ର କୁମାର ବାରିକ, ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲମ୍ବୋଦର ସାହୁ, ସଭାପତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନସିମ୍ ଆରା ବେଗମ ମହୋଦୟା ଆସନ ଅଳଙ୍କୃତ କରିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଉତ୍ତମ କୁମାର ସାମନ୍ତ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାସ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶାରୀରିକ ଶିକ୍ଷା ଶିକ୍ଷକ ମାନେ କ୍ରୀଡ଼ାକୁ ସୁଚାରୁ ରୁପେ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କର ସାହାଯ୍ୟ, ସହଯୋଗ ଓ ଉଦ୍ୟମରେ କାର୍ଯକ୍ରମ ସଫଳ ରୂପାନ୍ତରିତ ହୋଇଥିଲା ।

Leave a Reply

Your email address will not be published. Required fields are marked *