ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ଅଞ୍ଚଳ ରେ ମରୁଡ଼ି ହେବାର ଜଳ ଜଳ ହୋଇ ଦିଶୁଛି।
ଫାଶୀମାଲ ୨୫/୧୦ ଜମନକିରା ବ୍ଲକ୍ ଅଧିନସ୍ଥ ଫାଶୀମାଲ ଅଞ୍ଚଳ ରେ ଚଳିତ ବର୍ଷ ଧାନ ଫସଲ ଅମଳ ହେବାର ଶେଷ ପର୍ଯ୍ୟାୟରେ ଗୋଟିଏ ବର୍ଷା ପାଇଁ ଧାନ କେଣ୍ଡା ବାହାରି ପାରୁ ନ ଥିବା ବେଳେ ବାହାରି ଥିବା ଧାନ ଅମଳ ରେ ହ୍ରାସ ହୋଇ ଚାଷୀ କ୍ଷତି ହେବାର ସମ୍ଭାବନା ରହିଛି । ମାଟି ଫାଟି ଜମି ଶୁଖିଲା ହେବା ଦ୍ୱାରା ଫସଲ ନଷ୍ଟ ହେଲାଣି ଫଳରେ ସମବାୟ ରୁ ଆଣିଥିବା ଋଣ କିପରି ପରିଶୋଧ ହେବ। ସଙ୍ଗେ ପରିବାର ପ୍ରତିପୋଷଣ କରିବ ଚିନ୍ତାରେ ଚାଷୀ ଚାପ ଗ୍ରସ୍ତ ହୋଇ ପଡିଛି । ଏଣୁ ଫାଷିମାଲ ଗ୍ରାମ ପଞ୍ଚାୟତ ,ଚକୁଳିଆବାହାଲ ଗ୍ରାମ ପଞ୍ଚାୟତ ,କେନାଧିପା,ମହାଦା ,ଧୁଡ଼ିପାଲି,ଗୁଣ୍ଡୁରୁଚୁଆଁ, ସୁବର୍ଣପାଲି, ଟିକିବା, କସଡ଼ା ଆଦି ଗ୍ରାମ ପଞ୍ଚାୟତ ର ଗ୍ରାମ ମାନଙ୍କର ଚାସି ଚାପଗ୍ରସ୍ତ ଥିବାର ଦେଖିବାକୁ ମିଳୁଛି।ଏଣୁ ପ୍ରଶାସନ ଓ କୃଷି ବିଭାଗ ସର୍ ଜମିନ ତଦନ୍ତ କରି ଫସଲ କ୍ଷୟକ୍ଷତି ଆକଳନ କରି ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି କରନ୍ତି, ଚାଷୀ ଙ୍କ ପ୍ରତିକ୍ରିୟା ଅନୁସାରେ ଚାଷୀଙ୍କ ପାଖରେ ଥିବା ପାଣି ମୋଟର କିରୋସିନ ଚାଳିତ ଥିବାରୁ, କିରୋସିନ ର ଅଭାବ ରେ ଚାଷୀ ଙ୍କ ପାଣି ପମ୍ପ ଅଚଳ ଅବସ୍ଥା ରେ ପଡ଼ିରହିଛି, ଯଦି ସରକାର କିରୋସିନ କୌଣସି ପ୍ରକାରେ ଉପଲବ୍ଧ କରନ୍ତେ ତା ହେଲେ ଚାଷୀ କିଛିଟା ଉପକୃତ ହୁଅନ୍ତେ। କେନାଢ଼ିପା ପଞ୍ଚାୟତ, ବିଜାଗୁଡା (ସର୍ବେ), ଭଇଡେରା, ନକ୍ତିପାଲି, ବେଳୁଆମାଲ, ଦମଗାଁ ଏହି ସବୁ ଗ୍ରାମରେ ବର୍ଷା ପାଣି ଅଭାବ ଯୋଗୁଁ ମରୁଡି ର ଆଶଙ୍କା ଦେଖାଦେଇଛି। ସପ୍ତାହ ଭିତରେ ବର୍ଷା ନ ହେଲେ ସମ୍ପୂର୍ଣ ମରୁଡି ହୋଇଯାଇପାରେ। ଯାହାର ସୁବିଧା ଅଛି ପାଣି ପମ୍ପ ଯୋଗେଁ ପାଣି ଦେଉଛନ୍ତି। ତେଣୁ ଏହି ଯମନକିରା ବ୍ଲକ ର ଫାଶୀମାଲ ପଞ୍ଚାୟତ, କେନାଢ଼ିପା ପଞ୍ଚାୟତ, ଧୂଡ଼ିପାଳି ପଞ୍ଚାୟତ ଏହି ସବୁ ଅଞ୍ଚଳ କୁ କୃଷି ବିଭାଗ ର କର୍ମକର୍ତା ଚାଷ ଜମିକୁ ଅନୁଧ୍ୟାନ କରି ବିହିତ କାର୍ଯ୍ୟ ଅନୁଷ୍ଠାନ ନେଇ ଚାଷୀ ଙ୍କୁ କ୍ଷତି ପୂରଣ ଦିଆଯାଉ boli ଚାଷୀମାନେ ଅଭିଯୋଗ କରନ୍ତି। ସମ୍ବଲପୁର ପ୍ରତିନିଧି ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।
