ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ଉପଲକ୍ଷେ ସାରସ୍ବତ ସାଂସ୍କୃତିକ ପ୍ରତିଭା ଚୟନ ସମାରୋହ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା କାକୁଡିପଡିଆ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ଉପଲକ୍ଷେ ସାରସ୍ବତ ସାଂସ୍କୃତିକ ପ୍ରତିଭା ଚୟନ ସମାରୋହ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ ଚିଦାନନ୍ଦ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ତଥା ସମାଜସେବୀ ପଦ୍ମାକର ଗୁରୁ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷାବିତ ଅଭିଳାଷ ଦାସ।

ବିଚାରକ ଭାବରେ ଯୋଗଦେଇ ଥିଲେ ଆକାଶବାଣୀ କଟକ ର ଛାତ୍ରୀ ସୁଦୀକ୍ଷା ସୁମନ ଦାସ। ସ୍ବାଗତ ଭାଷଣ ଦେଇଥିଲେ ଗୁରୁଜୀ କବି ପ୍ରସାଦ ସାମଲ। ଧନ୍ୟବାଦ୍ ଅର୍ପଣ କରିଥିଲେ ଗୁରୁଜୀ ମାନସ କୁଣ୍ଡ। ପ୍ରଥମେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସଂଗୀତ ଓ ନୃତ୍ୟ ଏବଂ ଶ୍ରୀନିବାସ ରାମାନୁଜନ ଗଣିତ ପ୍ରତିଭା ପରୀକ୍ଷା କରାଯାଇ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଗୁରୁଜୀ ଶଶିକାନ୍ତ ଦାସ ଓ ଗୁରୁଜୀ ପ୍ରଦୀପ ବିଶ୍ବାଳଙ୍କ ପରିଚାଳନା ରେ ନୁତ୍ୟ, ଗୀତ ସହ ପରୀକ୍ଷା କରାଯାଇ ଥିଲା। ସବୁଜ ଓଡିଶା ର ପ୍ରତିଷ୍ଠାତା ସଂପାଦକ ତଥା ସାମ୍ବାଦିକ ସରୋଜ କୁମାର ସାହୁ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁମା ରଞ୍ଜିତା ସାମଲ, ସାବିତ୍ରୀ ସାମଲ,ସ୍ବାଗତିକା ସାମଲ, ଇନ୍ଦ୍ରାଣୀ ପାଣୀ,ତନୁଶ୍ରୀ ଦାସ, ମୀନାରାଣୀ ମଳିକ,ସ୍ବାଗତିକା ସାହୁ ଏବଂ କର୍ମଚାରୀ ଝରଣା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ।

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ
