ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଭାବେ ଯୋଗଦେଲେ ଶ୍ରୀମତୀ ସ୍ମିତା କର
ଭୁବନେଶ୍ୱର ୦୩.୧୧.୨୦୨୬
ଶ୍ରୀମତୀ ସ୍ମିତା କର ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଭାବେ ଯୋଗ ଦେଇଛନ୍ତି । ଶ୍ରୀମତୀ କର ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ପଦୋନ୍ନତି ପାଇବା ପରେ ସେ ଏହି ଦାୟିତ୍ୱ ନିର୍ବାହ କରିବେ । ସେହିପରି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର ପଦୋନ୍ନତି ପାଇ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉଭୟ ଅଧିକାରୀଙ୍କୁ ଭେଟି ସୂଚନା ସେବା ସଂଘର ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ବିଭାଗର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦୃଢ଼ ପ୍ରୟାସ କରିବେ ବୋଲି ଶ୍ରୀମତୀ କର ଓ ଶ୍ରୀମତୀ ମହାପାତ୍ର କହିଛନ୍ତି ।
