Spread the love

ସେଂଟଜୋନସ୍କୁଲରେ ବିଜ୍ଞାନମେଳା ଅନୁଷ୍ଠିତ

ତାଳଚେର, ୧୪/୧୧ ତାଳଚେର ଅଙ୍ଗାରୁଆ ଶନିବାର ସାପ୍ତାହିକ ହାଟ ନିକଟସ୍ଥ ସେଂଟଜୋନ ସ୍କୁଲରେ ଆଜି ପବିତ୍ର ଶିଶୁଦିବସ ଅବସରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବିଜ୍ଞାନମେଳାରେ ଛାତ୍ରଛାତ୍ରୀ ବିଜ୍ଞାନ ଭିତିକ ବିଭିନ୍ନ ପ୍ରୋଜେକ୍ଟ କରି ଲୋକଙ୍କ ମନକୁ ଆକୃଷ୍ଟ କରିପାରିଥିଲେ । ସ୍କୁଲର ୬ଷ୍ଠଶ୍ରେଣୀ ଠାରୁ ଆରମ୍ଭ କରି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ବିଜ୍ଞାନମେଳାରେ ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମ ଦେଖିବାକୁ ଅଭିଭାବକ, ଅଭିଭାବିକା, ପରିଦର୍ଶକ ଓ ଶିକ୍ଷକ, ଶିକ୍ଷୟତ୍ରୀମାନେ ବେଶ ଆନନ୍ଦ ନେଇଥିବା ଜଣାପଡ଼ିଛି । ବିଭିନ୍ନ ପ୍ରୋଜେକ୍ଟରେ କିଛି ନା କିଛି ନୂତନତ୍ୱ ରହିଥିଲା ଯାହାକି ଘୂରିବୁଲି ସମସ୍ତ ଷ୍ଟଲକୁ ପରିଦର୍ଶନ କରିଥିଲେ । ଏହି ବିଜ୍ଞାନମେଳାକୁ ଉତରପ୍ରଦେଶର ଟିମ ଆସି ବିଭିନ୍ନ ଷ୍ଟଲ ବୁଲିବା ସହ ଏହାର ଫଳାଫଳ ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ସେମାନେ ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ଅଭିଭାବକ, ଅଭିଭାବିକା ଓ ପରିଦର୍ଶକମାନେ ଉପସ୍ଥିତ ରହିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *